ଓଡିଶା

odisha

By

Published : Dec 1, 2020, 10:36 PM IST

ETV Bharat / state

ବଲାଙ୍ଗୀରରେ ବୃଦ୍ଧି ପାଉଛି ଏଚଆଇଭି ସଂକ୍ରମଣ ମାମଲା, ସଚେତନ ପାଇଁ ଜିଲ୍ଲା ପ୍ରଶାସନର ଅପିଲ

ବଲାଙ୍ଗୀରରେ ବଢିବାରେ ଲାଗିଛି ଏଚଆଇଭି ସଂକ୍ରମଣ । ବିଶ୍ବ ଏଡସ ଦିବସରେ ସଚେତନତା ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ । ପଢନ୍ତୁ ଅଧିକ.....

ବଲାଙ୍ଗୀରରେ ବୃଦ୍ଧି ପାଉଛି ଏଚଆଇଭି ସଂକ୍ରମଣ ମାମଲା, ସଚେତନତା ପାଇଁ ଜିଲ୍ଲା ପ୍ରଶାସନର ଅପିଲ
ବଲାଙ୍ଗୀରରେ ବୃଦ୍ଧି ପାଉଛି ଏଚଆଇଭି ସଂକ୍ରମଣ ମାମଲା, ସଚେତନତା ପାଇଁ ଜିଲ୍ଲା ପ୍ରଶାସନର ଅପିଲ

ବଲାଙ୍ଗୀର: ଦାଦନ ପ୍ରବଣ ଜିଲ୍ଲା ଭାବେ ଜଣାଶୁଣା ବଲାଙ୍ଗୀରରେ ବଢିବାରେ ଲାଗିଛି ଏଚଆଇଭି ସଂକ୍ରମଣ । ତେବେ ପୁର୍ବରୁ ଜିଲ୍ଲାରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା କମ ଥିବା ବେଳେ ଏବେ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ତେବେ ଜିଲ୍ଲାରେ ଏବେ 1572 ସଂକ୍ରମିତ ଥିବା ସରକାରୀ ତଥ୍ୟରୁ ଜଣା ପଡିଛି ।

ବଲାଙ୍ଗୀରରେ ବୃଦ୍ଧି ପାଉଛି ଏଚଆଇଭି ସଂକ୍ରମଣ ମାମଲା, ସଚେତନତା ପାଇଁ ଜିଲ୍ଲା ପ୍ରଶାସନର ଅପିଲ

ଏହି ରୋଗର କୈଣସି ପ୍ରତିଶେଧକ ଔଷଧ ବାହାରିନଥିବା ବେଳେ କେବଳ ସଚେତନତା ହିଁ ଏହାକୁ ରୋକିବା ଦିଗରେ ଏକ ମାତ୍ର ବିକଳ୍ପ ହୋଇପାରିବ । ସେହିପରି ଜିଲ୍ଲାରୁ ବାର୍ଷିକ 2 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉ ଥିବା ବେଳେ ଏହି ରୋଗରୁ ସଂକ୍ରମିତ ହୋଇ ପୁଣି ଜିଲ୍ଲାକୁ ଫେରିବା ଆଉ ଗୋଟିଏ ମୁଖ୍ୟ ସମସ୍ୟା ହୋଇଛି। ସେପଟେ ବଲାଙ୍ଗୀରରେ ଥିବା ଏଆରଟି ସେଣ୍ଟରରୁ ହସ୍ତଗତ ତଥ୍ୟ ଅନୁସାରେ ବଲାଙ୍ଗୀର, କଳାହାଣ୍ଡି, ସୋନପୁର ଓ ବୌଦ୍ଧଜିଲ୍ଲାକୁ ମିଶାଇ 3 ହଜାର 5 ଶହ 7 ଜଣ ସଂକ୍ରମିତ ଅଛନ୍ତି ।

ସେହିପରି ବର୍ତ୍ତମାନ ସୁଦ୍ଧା 489 ଜଣ ସଂକ୍ରମିତ ମୃତ୍ୟୁ ମୁଖରେ ପଡିସାରିଲେଣି । ଯଦିଓ ପ୍ରଶାସନ ରୋଗୀଙ୍କୁ ମାଗଣା ଚିକିତ୍ସା ଓ ଔଷଧ ଯୋଗାଇ ଦେଉଛି ତଥାପି ତାହା ପର୍ଯ୍ୟାପ୍ତ ହୋଇ ପାରୁନାହିଁ। ସେପଟେ କିନ୍ତୁ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଅଛି ବୋଲି ପ୍ରଶାସନ କହିଛି ଏବଂ ପରିସ୍ଥିତି ଅଣାୟତ ହେବା ପୁର୍ବରୁ ଲୋକଙ୍କୁ ସଚେତନ ହେବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details