ଓଡିଶା

odisha

By

Published : Nov 6, 2019, 9:21 PM IST

ETV Bharat / state

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

ବଲାଙ୍ଗୀରର ଏକ ଅଙ୍ଗନବାଡିରେ ଗର୍ଭବତୀଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଇଥିବାର ଅଭିଯୋଗ ହୋଇଛି।

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

ବଲାଙ୍ଗୀର: ଜିଲ୍ଲାର ଏକ ଅଙ୍ଗନବାଡି କେନ୍ଦ୍ରରେ ଗର୍ଭବତୀଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ହୋଇଥିବାର ଅଭିଯୋଗ ଆସିଛି। ଘଟଣାର ଭିଡିଓ ଭାଇରାଲ ହେବାପରେ ଏବେ ସିଡିପିଓ ତଦନ୍ତ କରୁଥିବା ଜଣାପଡ଼ିଛି। ଜିଲ୍ଲାର ସଇଁତଳା ବ୍ଲକର ଭେଲୁଆଁ ଭଟା ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀଙ୍କୁ ଅଣ୍ଡା ବଣ୍ଟନ କରା ଯାଇଥିଲା। ଯେତେବେଳେ ଏହାକୁ ମହିଳା ଜଣଙ୍କ ଫଟାଇଥିଲେ ତାହା ମଧ୍ୟରୁ ଏକ ଭିନ୍ନ ପ୍ରକାର ତଥା ପ୍ଲାଷ୍ଟିକ ଭଳି କେଶର ବାହାରି ଥିଲା । ଯାହାକୁ ସାଧାରଣରେ ପ୍ଲାଷ୍ଟିକ ବା ନକଲି ଅଣ୍ଡା ବୋଲି ଲୋକେ କହିଥିଲେ। ଏନେଇ ତଦନ୍ତ ଶୀଘ୍ର କରିବାକୁ ଦାବି କରିଥିଲେ ଲୋକେ।

ଅଙ୍ଗନବାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details