ଓଡିଶା

odisha

By

Published : Jan 1, 2021, 11:02 AM IST

ETV Bharat / state

ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ; ଭୁଲ ଚିକିତ୍ସା ଦେଇ ଲକ୍ଷାଧିକ ଟଙ୍କା ଲୁଟ

ବଲାଙ୍ଗୀରର ସ୍ଥିତ ଏକ ଘରୋଇ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସା ନାଁରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ
ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ

ବଲାଙ୍ଗୀର: ଘରୋଇ ହସ୍ପିଟାଲ ବିରୋଧରେ ସାଙ୍ଘାତିକ ଅଭିଯୋଗ । ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ମାନସିକ ନିର୍ଯାତନା ଓ ଚିକିତ୍ସା ନାଁରେ ଅଧିକ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଛି । ଭୁଲ ଚିକିତ୍ସା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଅଭିଯୋଗ କରାଯାଇଛି ।

ଘରୋଇ ହସ୍ପିଟାଲ ନାଁରେ ସାଙ୍ଘାତିକ ଅଭିଯୋଗ

ଅଭିଯୋଗ ଅନୁସାରେ, ପାଟଣାଗଡ ଲାଇନ ପଡାର ନିବାସୀ ତରୁଣ କୁମାର ପାତ୍ରଙ୍କ ବାପା ନନ୍ଦ କିଶୋର ପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କୋରୋନା ଟେଷ୍ଟ କରିଥିବାବେଳେ ରିପୋର୍ଟ ନେଗେଟିଭ ଆସିଥିଲା । ପରେ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପରୁ ଗତ 8 ତାରିଖରେ ଏକ ଘରୋଇ ବିକାଶ ମଲ୍ଡି ସ୍ପେଶାଲିଷ୍ଟରେ ଭର୍ତ୍ତି କରିଥିଲେ ।

ଘରୋଇ ହସ୍ପିଟାଲରେ ପୁଣି ଥରେ କୋରୋନା ଟେଷ୍ଟ କରାଯାଇଥିଲା । ରୋଗୀଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ଗତ 8 ତାରିଖରୁ 18 ତାରିଖ ପର୍ଯ୍ୟନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ବାସ୍ଥ୍ୟ ସୁଧୁରୁ ନଥିବାରୁ ପରିବାର ଲୋକେ ଅନ୍ୟତ୍ର ନେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲେ । ଏହି ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ 4 ଲକ୍ଷରୁ ଅଧିକ ବିଲ କରାଇବା ସହ କୋରୋନା ପଜିଟିଭ ର ରିପୋର୍ଟ ଦେଇଥିଲେ । ଯାହାକୁ ନେଇ ରୋଗୀଙ୍କ ପରିବାର ଲୋକେ ସମସ୍ୟାରେ ପଡିବା ପରେ ଉପଯୁକ୍ତ ଚିକିତ୍ସା ନ ପାଇବାରୁ ତରୁଣ କୁମାରଙ୍କ ବାପାଙ୍କ ମୃ୍ତ୍ୟୁ ହୋଇଛି ।

ବିକାଶ ଡାକ୍ତରଖାନା ଭୁଲ ଚିକିତ୍ସା କରିବା ସହ ଲୋକଙ୍କ ଠାରୁ ଚିକିତ୍ସା ନାଁ ଲକ୍ଷାଧିକ ଟଙ୍କା ଲୁଟ କରୁଛନ୍ତି ବୋଲି ତରୁଣ ଅଭିଯୋଗ କରିଛନ୍ତି । ପାଟଣାଗଡ଼ ଥାନାରେ ବିକାଶ ଡାକ୍ତରଖାନା ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ହସ୍ପିଟାଲର ଲାଇସେନ୍ସ ତୁରନ୍ତ ରଦ୍ଧ କରିବାକୁ ଏମାନେ ଦାବି କରିଛନ୍ତି ।

ବଲାଙ୍ଗାରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details