ଓଡିଶା

odisha

By

Published : May 4, 2020, 6:31 PM IST

ETV Bharat / state

ପୃଥକ ପୃଥକ ସ୍ଥାନରୁ ମହିଳା ଓ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀରରେ ଦୁଇଟି ପୃଥକ ପୃଥକ ସ୍ଥାନରୁ ଜଣେ ମହିଳା ଓ ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

man-and-woman-two-dead-body-rescue-in-bolangir
ପୃଥକ ପୃଥକ ସ୍ଥାନରୁ ମହିଳା ଓ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ବଲାଙ୍ଗୀର: ଦୁଇଟି ପୃଥକ ପୃଥକ ସ୍ଥାନରୁ ଜଣେ ମହିଳା ଓ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୃଥକ ପୃଥକ ସ୍ଥାନରୁ ମହିଳା ଓ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

ଖବରମୁତାବକ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଖୁଜେଁପାଲି ଗ୍ରାମ ନିକଟ ଏକ ଗଛରୁ ଜଣେ ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଯୁବକ ଜଣକ ବଲାଙ୍ଗୀର ସଲେପାଲିର ପ୍ରଦୀପ ଥାପା ବୋଲି ଜଣା ପଡ଼ିଥିବା ବେଳେ ସେ ଗତକାଲି ଦିନ 12 ଟା ରୁ ନିଖୋଜ ଥିଲେ ।

ସେହିପରି ବଲାଙ୍ଗୀର ବାଗବାଡି ଗ୍ରାମ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ତେବେ ମହିଳା ଜଣକ ଉକ୍ତ ଗ୍ରାମର ଭାନୁ ସାହୁ ବୋଲି ଜଣାପଡିଛି । ତେବେ ଦୁଇ ମୃତ୍ୟୁ ଘଟଣାର କାରଣ ଜଣ ପଡିନଥିବା ବେଳେ ପୋଲିସ ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଛି । ସେହିପରି ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details