ଓଡିଶା

odisha

By

Published : Jun 25, 2020, 2:17 AM IST

ETV Bharat / state

ବେଆଇନ ମଦ କାରବାର ଅଭିଯୋଗରେ ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ

ବଲାଙ୍ଗୀର ଜିଲ୍ଲା ମୁରୀ ବାହାଲ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ ଜୟ କିଶନ ବାଗ ବେଆଇନ ମଦ କାରବାର ଅଭିଯୋଗରେ ଗିରଫ । ଅଧିକ ପଢ଼ନ୍ତୁ...

husband of the block vice chairman, charges of illegal alcohol trade, balangir news, ବେଆଇନ ମଦ କାରବାର ଅଭିଯୋଗ, ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ, ବଲାଙ୍ଗୀର ଖବର
ବେଆଇନ ମଦ କାରବାର ଅଭିଯୋଗରେ ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ

ବଲାଙ୍ଗୀର: ଜିଲ୍ଲାରେ ବେଆଇନ ମଦ କାରବାର ଅଭିଯୋଗରେ ଜଣେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ ଗିରଫ ହୋଇଛନ୍ତି । ଜିଲ୍ଲାର ମୁରୀ ବାହାଲ ବ୍ଲକର ଉପାଧ୍ୟକ୍ଷାଙ୍କ ସ୍ଵାମୀ ଜୟ କିଶନ ବାଗ ଏହି ଅଭିଯୋଗରେ ଗିରଫ କରିଛି ପୋଲିସ ।

ବେଆଇନ ମଦ କାରବାର ଅଭିଯୋଗରେ ବନ୍ଧା ହେଲେ ବ୍ଲକ ଉପାଧ୍ୟକ୍ଷାଙ୍କ ସ୍ଵାମୀ

ସୂଚନା ଅନୁସାରେ ଜୟ କିଶନ ବାଗ ଏକ ସ୍କୁଟିରେ ତାଙ୍କର ଜଣେ ସହଯୋଗୀଙ୍କ ସହ ମଦ ନେଇ ଯାଇଥିଲେ। ଏହି ସମୟରେ ପେଟ୍ରୋଲିଂ କରୁଥିବା ମୁରିବାହଲ ପୋଲିସ ତାଙ୍କୁ ଧରିଥିଲା । ତେବେ ତାଙ୍କ ପାଖରୁ ସାତ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ସ୍କୁଟି ମଧ୍ୟ ଜବତ କରିଛି ପୋଲିସ । ଏହାସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details