ଓଡିଶା

odisha

By

Published : Nov 21, 2021, 9:27 PM IST

ETV Bharat / state

ଦେଶର ଶ୍ରେଷ୍ଠ ୧୦ ସ୍କୁଲ ମଧ୍ୟରେ ବଲାଙ୍ଗୀର ବିଦ୍ୟାଳୟ

ବଲାଙ୍ଗୀର ଜିଲ୍ଲାର ସରକାରୀ ଆଦର୍ଶ ବିଦ୍ୟାଳୟ ଦେଶର ଶ୍ରେଷ୍ଠ ଦଶଟି ସ୍କୁଲ ମଧ୍ୟରେ ଦଶମ ସ୍ଥାନ ହାସଲ କରିଛି । ତେବେ ବିଭିନ୍ନ ପ୍ରକାର ମାନଦଣ୍ଡରେ ଏହି ସ୍କୁଲ ପୁଣି ଉତ୍କୃଷ୍ଟ ସେବା ଦେଇ ଏହି ସ୍ଥାନ ହାସଲ କରିଛି । ଅଧିକ ପଢନ୍ତୁ

ଦେଶର ଶ୍ରେଷ୍ଠ ଦଶଟି ସ୍କୁଲ ମଧ୍ୟରେ ବଲାଙ୍ଗୀର ବିଦ୍ୟାଳୟ
ଦେଶର ଶ୍ରେଷ୍ଠ ଦଶଟି ସ୍କୁଲ ମଧ୍ୟରେ ବଲାଙ୍ଗୀର ବିଦ୍ୟାଳୟ

ବଲାଙ୍ଗୀର:ନିକଟରେ ଭାରତର ସର୍ବଶ୍ରେଷ୍ଠ ସ୍କୁଲ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ଓଡ଼ିଶାର ଦୁଇଟି ସ୍କୁଲ ସ୍ଥାନ ପାଇଥିବା ବେଳେ ବଲାଙ୍ଗୀରର ପଥର ଚେପା ସରକାରୀ ଆଦର୍ଶ ବିଦ୍ୟାଳୟ ଦେଶର ସର୍ବଶ୍ରେଷ୍ଠ ସ୍କୁଲ ତାଲିକାରେ ଦଶମ ସ୍ଥାନରେ ରହିଛି । ଯାହା ସାରା ଓଡ଼ିଶାରେ ପାଇଁ ଆଣି ଦେଇଛି ଗର୍ବ ଓ ଗୌରବ । ତେବେ ବିଭିନ୍ନ ୧୪ଟି ମାନଦଣ୍ଡରେ ଏହି ସ୍କୁଲର ଉପଲବ୍ଧିକୁ ନେଇ ଏହି ରାଙ୍କିଂ ମିଳିଛି । ଯେଉଁଥିରେ ଶିକ୍ଷକ ମାନଙ୍କର କଲ୍ୟାଣ ସହ ବିକାଶ, ଶିକ୍ଷକଙ୍କ ଦକ୍ଷତା, ଆଧୁନିକୀକରଣ, ଏକାଡେମୀର ସ୍ଥିତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଧ୍ୟାନ ଦେବା, ପାଠ ଛଡା ଛାତ୍ର ଛାତ୍ରୀଙ୍କ ଅନ୍ୟ ବିଷୟ ଉପରେ ଶିକ୍ଷା, ଅନଲାଇନ ପାଠପଢା ଓ ତାର ପ୍ରଭାବ, ରକ୍ଷଣାବେକ୍ଷଣ, ଅଭିଭାବକଙ୍କ ସହଭାଗିତା, ଭିତ୍ତିଭୂମି, ସ୍ୱତନ୍ତ୍ର ଶିକ୍ଷଣ ପଦ୍ଧତ୍ତି, ସାମାଜିକ ସମ୍ପର୍କ ଭଳି ବିଭିନ୍ନ ମାନଦଣ୍ଡକୁ ଆଧାର କରି ଏହି ରାଙ୍କିଙ୍ଗ ଦିଆଯାଇଛି।

ଦେଶର ଶ୍ରେଷ୍ଠ ଦଶଟି ସ୍କୁଲ ମଧ୍ୟରେ ବଲାଙ୍ଗୀର ବିଦ୍ୟାଳୟ

ତେବେ ବଲାଙ୍ଗୀର ପଥର ଚେପା ଆଦର୍ଶ ବିଦ୍ୟାଳୟ ୨୦୧୬ରେ ରାଜ୍ୟ ସରକାର ସ୍ଥାପିତ କରିଥିଲେ । ଉଦ୍ଦେଶ୍ୟ ଥିଲା ଏ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ସିବିଏସଇ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷାଦାନ କରିବା ଓ ତାଙ୍କର ସର୍ବାଙ୍ଗୀନ ଉନ୍ନତି କରିବା । ତେବେ ସ୍କୁଲ ସ୍ଥାପିତ ହେବା ଦିନ ଠାରୁ ଏଠିକାର ପରୀକ୍ଷା ଫଳ ସବୁବେଳେ ଶତପ୍ରତିଶତ ରହିଆସିଛି । ସେହିପରି ଏଠିକାର ଛାତ୍ରଛାତ୍ରୀ ମାନେ ସବୁବେଳେ ଅଧିକ ମାର୍କ ରଖି ସାରା ଦେଶରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ସେହିପରି ଏଠିକାର ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମଧ୍ୟ ଆଗୁଆ ଥିବା ବେଳେ ରାଜ୍ୟ ଓ ଜାତୀୟ ସ୍ତରରେ ନିଜର ନାଁ କରିଛନ୍ତି।

ଏହାଛଡା ନିକଟରେ ନୀତି ଆୟୋଗ ଦ୍ୱାରା ଏଠିକାର ଜଣେ ଛାତ୍ର ୟୁଏଇ ଯିବାର ମଧ୍ୟ ଅଛି। ତେବେ ଏହିସବୁ ଉପଲବଧି ସାଙ୍ଗକୁ ଏଠିକାର ଭିତ୍ତିଭୂମି ଉଚ୍ଚ ଓ ଆଧୁନିକ ଥିବା ବେଳେ ଛାତ୍ରଛାତ୍ରୀ ଏହାର ଉପଯୋଗ କରି ସବୁବେଳେ ସଫଳତା ପାଇଁ ଆସୁଛନ୍ତି। ଯେଉଁଥିରେ ସ୍କୁଲ ମଧ୍ୟରେ ସ୍ପିଡ଼ ୱାଇଫାଇ ସେବା, ସ୍ମାର୍ଟ କ୍ଳାସରୁମ, ସ୍ମାର୍ଟ ଲାଇବ୍ରେରୀ, ଖେଳ ପଡିଆ ଓ ଦକ୍ଷ ଶିକ୍ଷକଙ୍କ ପାଇଁ ଏହି ସ୍କୁଲ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ସାରା ଦେଶରେ ନିଜର ସ୍ଥାନ ସର୍ବଶ୍ରେଷ୍ଠ ସ୍କୁଲ ମଧ୍ୟରେ ସ୍ଥାନିତ କରିଛି । ତେବେ ଗତ ବର୍ଷ ରାଙ୍କିଂରେ ଏହି ସ୍କୁଲ ପଞ୍ଚମ ଥାନାରେ ରହିଥିଲା । ହେଲେ କୋରୋନା ଯୋଗୁଁ ପରୀକ୍ଷା ନହେବା ଓ ପାଠ ପଢ଼ାରେ ବ୍ୟାହତ ହେବା ଯୋଗୁଁ ଆଜି ଦଶମ ସ୍ଥାନକୁ ଏହି ସ୍କୁଲ ସ୍ଥାନିତ ହୋଇଥିବାର କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ତେବେ ସଠିକ ଭାବରେ ପାଠ ପଢା ପାଇଁ ସମୟ ମିଳିଥିଲେ ଏହି ସ୍କୁଲ ନିଶ୍ଚିତ ଭାବରେ ଆହୁରି ଆଗକୁ ଥା’ନ୍ତା ବୋଲି ମଧ୍ୟ ଏମାନେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details