ଓଡିଶା

odisha

By

Published : Nov 9, 2021, 1:22 PM IST

ETV Bharat / state

ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପନ କଲା ବଲାଙ୍ଗୀର CRPF

ବଲାଙ୍ଗୀର 189 ବାଟାଲିୟନ ସିଆରପିଏଫ୍ ପକ୍ଷରୁ ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପିତ । ଅଧିକ ପଢନ୍ତୁ...

ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପନ କଲା ବଲାଙ୍ଗୀର CRPF
ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପନ କଲା ବଲାଙ୍ଗୀର CRPF

ବଲାଙ୍ଗୀର: 189 ବାଟାଲିୟନ ସିଆରପିଏଫ୍ ଜିଲ୍ଲାରେ ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପନ କରିଛି । ଯେଉଁଥିରେ ସାରା ଭାରତର ଔଷଧୀୟ ଗୁଳ୍ମ ଓ ଗଛ ରୋପଣ ହୋଇଛି । ଏହା ଆଗକୁ ସମସ୍ତଙ୍କ ପାଇଁ ସହାୟକ ହେବ ବୋଲି କୁହାଯାଇଛି ।

ଆୟୁର୍ବେଦିକ ଔଷଧୀୟ ବଗିଚା ସ୍ଥାପନ କଲା ବଲାଙ୍ଗୀର CRPF

ଦିଲ୍ଲୀ ଓ ଭୁବନେଶ୍ୱର ସିଆରପିଏଫ ନିର୍ଦ୍ଦେଶରେ ବଲାଙ୍ଗୀର ସିଆରପିଏଫ୍ କମାଣ୍ଡାଣ୍ଟ ପୱନ୍ କୁମାର ତିୱାରୀଙ୍କ ତତ୍ତ୍ବାବଧାନରେ ଏହି ଔଷଧୀୟ ବଗିଚା ବଲାଙ୍ଗୀର ଶାନ୍ତିପଡ଼ା ଠାରେ ସ୍ଥାପନ କରାଯାଇଛି । ଯେଉଁଥିରେ ସାରା ଭାରତରେ ମିଳୁଥିବା ଔଷଧୀୟ ବୃକ୍ଷ ଗୁଳ୍ମ ସବୁ ରୋପଣ କରାଯାଇଛି । କିଛି ବିରଳ ପ୍ରଜାତିର ଔଷଧୀୟ ବୃକ୍ଷ ମଧ୍ୟ ସାମିଲ ରହିଛି । ତେବେ ବଲାଙ୍ଗୀରରେ ଆୟୁର୍ବେଦିକ କଲେଜ ଥିବାବେଳେ ଓଡ଼ିଶାର ବହୁ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ।

ସେମାନଙ୍କ ପଢାରେ ଏହି ଔଷଧୀୟ ବଗିଚା ବେଶ୍ ସହାୟକ ହେବ ବୋଲି କୁହାଯାଉଛି । ଏଥିସହ ସାଧାରଣ ଲୋକେ ମଧ୍ୟ ଏହି ବୃକ୍ଷ ସବୁର ମହତ୍ତ୍ଵ ବୁଝିବେ ଏବଂ ବନୀକରଣ ମଧ୍ୟ ବଢିବ ବୋଲି ଆଶା କରାଯାଇଛି ।


ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details