ଓଡିଶା

odisha

By

Published : Apr 26, 2020, 1:14 PM IST

Updated : Apr 26, 2020, 2:09 PM IST

ETV Bharat / state

ଲକଡାଉନ: ବଲାଙ୍ଗୀର ଚାଷୀ ପାଳିଲେ ଅକ୍ଷୟ ତୃତୀୟା

ବଲାଙ୍ଗୀରରେ ରୀତିନୀତି ଓ ପରମ୍ପରା ମୁତାବକ ଚାଷୀ ଅକ୍ଷୟ ତୃତୀୟା ପାଳିଛନ୍ତି । ଚାଷୀ ପାଣି ପରିବା ଠୁ ଖାଦ୍ୟଶସ୍ୟ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ହେଲେ ଏହି ଚାଷୀଙ୍କୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ତେବେ ଚାଷୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବରେ ନାମିତ କରାଯାଉ ଓ ଆଗକୁ ଚାଷ ପାଇଁ ଏମାନଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି ହୋଇଛି ।

ଲକଡାଉନ ମଧ୍ୟରେ ବଲାଙ୍ଗୀରରେ ଚାଷୀ ପାଳିଲେ ଅକ୍ଷୟ ତୃତୀୟା
ଲକଡାଉନ ମଧ୍ୟରେ ବଲାଙ୍ଗୀରରେ ଚାଷୀ ପାଳିଲେ ଅକ୍ଷୟ ତୃତୀୟା

ବଲାଙ୍ଗୀର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଯେଉଁଥିରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କଲେ ତା'ର କ୍ଷୟ ହୋଇନଥାଏ ବୋଲି ବିଶ୍ବାସ କରାଯାଏ । ଏବଂ ଆଜିର ଦିନରେ ହିଁ ଚାଷୀ ତାଙ୍କର ଚାଷ କାମ ଆରମ୍ଭ କରିଥାଏ । ତେବେ ବଲାଙ୍ଗୀରରେ ରୀତିନୀତି ଓ ପରମ୍ପରା ମୁତାବକ ଚାଷୀ ଅକ୍ଷୟ ତୃତୀୟା ପାଳିଛନ୍ତି ।

ଲକଡାଉନ: ବଲାଙ୍ଗୀର ଚାଷୀ ପାଳିଲେ ଅକ୍ଷୟ ତୃତୀୟା

ନିଜ ଗାଈଗୋରୁ କୃଷି ଯନ୍ତ୍ରାଂଶ ତଥା ଜମିର ପୂଜା ଅର୍ଚ୍ଚନା କରିଛନ୍ତି । ସେହିପରି ଚାଷୀ ପାଞ୍ଜିଖଡି ଦେଖାଇ ଲଗ୍ନ ଧାର୍ଯ୍ୟ କରି ପ୍ରଥମ କରି ଚାଷ କାମ ନିଜ ଖେତରେ ଆରମ୍ଭ କରିଛି । ଅନ୍ୟପଟେ କୋରୋନା ଭଳି ବିଷମ ପରିସ୍ଥିତିରେ ଲକଡାଉନ୍ କଡାକଡି ଚାଲିଥିବାବେଳେ ସାରା ଦୁନିଆକୁ ଏହି ଚାଷୀ ଅନ୍ନ ଯୋଗାଇ ଆସୁଛି ।

ତେବେ ସମାନ ଭାବରେ ଏଠି ମଧ୍ୟ ଚାଷୀ ପାଣି ପରିବା ଠୁ ଖାଦ୍ୟଶସ୍ୟ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ହେଲେ ଏହି ଚାଷୀଙ୍କୁ ଯେମିତି ସମସ୍ତେ ଭୁଲି ଯାଇଛନ୍ତି । ତେବେ ଚାଷୀଙ୍କୁ ମଧ୍ୟ କୋରୋନା ଯୋଦ୍ଧା ଭାବରେ ନାମିତ କରାଯାଉ ଓ ଆଗକୁ ଚାଷ ପାଇଁ ଏମାନଙ୍କୁ ସ୍ବତନ୍ତ୍ର ଆର୍ଥିକ ସହାୟତା ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି ହୋଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Apr 26, 2020, 2:09 PM IST

ABOUT THE AUTHOR

...view details