ଓଡିଶା

odisha

By

Published : Aug 6, 2020, 7:06 PM IST

ETV Bharat / state

ବଲାଙ୍ଗୀରରେ ପୁଣି 21 କୋରୋନା ପଜିଟିଭ, ସିଆରପିଏଫ ଯବାନ ଆକ୍ରାନ୍ତ

ଜିଲ୍ଲାରେ କୋରୋନା ବଢି ଚାଲି ଥିବା ବେଳେ ଗୁରୁବାର ପୁଣି 21 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ ସିଆରପିଏଫ ଯବାନ ଓ 2 ଜଣ ମହିଳା କୋରୋନା ଯୋଦ୍ଧା ମଧ୍ୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି ।

_ 21 new corona positive in balangir
ବଲାଙ୍ଗୀରରେ ପୁଣି 21 ଜଣ କୋରୋନା ସଂକ୍ରମିତ

ବଲାଙ୍ଗୀର:ଜିଲ୍ଲାରେ କୋରୋନା ବଢି ଚାଲି ଥିବା ବେଳେ ଗୁରୁବାର ପୁଣି 21 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ଜଣେ ସିଆରପିଏଫ ଯବାନ ଓ 2 ଜଣ ମହିଳା କୋରୋନା ଯୋଦ୍ଧା ମଧ୍ୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି ।

ବଲାଙ୍ଗୀରରେ ପୁଣି 21 ଜଣ କୋରୋନା ସଂକ୍ରମିତ

ବଲାଙ୍ଗୀର ସହର ମଧ୍ୟରୁ ବିଭୁତିପଡାରୁ ଜଣେ, ସୁଦପଡାରୁ 2 ଜଣ, ଜେଲ କଲୋନୀରୁ ଜଣେ, ବେହେରାପାଳିରୁ ଜଣେ, ତାଲପାଲିରୁ ଜଣେ, ତିକ୍ରାପଡାରୁ 2 ଜଣ ଓ ଡୁଙ୍ଗୁରପଡାରୁ 8 ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାଛଡା ଆଜି କଣ୍ଟାବାଞ୍ଜି ସହରରୁ ମଧ୍ୟ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଚୁଡାପଲି ଚାଣ୍ଟିପାଳିରୁ ଜଣେ, ତେତେଲଖୁଣ୍ଟିରୁ ଜଣେ, ପୁଇଣ୍ଟଲାରୁ 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଗୁରୁବାର ଚିହ୍ନଟ ହୋଇଥିବା ସବୁ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ତେବେ ଏସବୁକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 551 ରେ ପହଞ୍ଚି ଥିବା ବେଳେ ଏମଧ୍ୟରୁ 362 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ 189 ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details