ଓଡିଶା

odisha

By

Published : Mar 6, 2022, 3:54 PM IST

ETV Bharat / state

ଅନୁଗୋଳରେ ରାଜ୍ୟସ୍ତରୀୟ ଖଦି ମେଳା, ହସ୍ତଶିଳ୍ପୀଙ୍କୁ ରୋଜଗାର ଯୋଗାଇବା ଲକ୍ଷ୍ୟ

ନାଲକୋ ନଗର ଠାରେ ରାଜ୍ୟସ୍ତରୀୟ ଖଦି ବଜାର ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏହି ପ୍ରଦର୍ଶନୀ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ନାଲକୋ ନଗରରେ ରାଜ୍ୟସ୍ତରୀୟ ଖଦି ମେଳା : ହସ୍ତଶିଳ୍ପୀଙ୍କୁ ରୋଜଗାର ଯୋଗାଇବା ଲକ୍ଷ
ନାଲକୋ ନଗରରେ ରାଜ୍ୟସ୍ତରୀୟ ଖଦି ମେଳା : ହସ୍ତଶିଳ୍ପୀଙ୍କୁ ରୋଜଗାର ଯୋଗାଇବା ଲକ୍ଷ

ଅନୁଗୋଳ : ଜିଲ୍ଲାର ନାଲକୋ ନଗର ଠାରେ ରାଜ୍ୟ ସ୍ତରୀୟ ଖଦି ବଜାର ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଏହି ପ୍ରଦର୍ଶନୀ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ପଣ୍ଡା ଏବଂ କେନ୍ଦ୍ରୀୟ ଖଦି ଓ ଗ୍ରାମୀଣ ଶିଳ୍ପ କମିଶନର ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।

ନାଲକୋ ନଗରରେ ରାଜ୍ୟସ୍ତରୀୟ ଖଦି ମେଳା : ହସ୍ତଶିଳ୍ପୀଙ୍କୁ ରୋଜଗାର ଯୋଗାଇବା ଲକ୍ଷ

କୋରୋନା କଟକଣା ଯୋଗୁ ଦୀର୍ଘ ପ୍ରାୟ ଦୁଇ ବର୍ଷ ହେଲା କୌଣସି ମେଳା ଓ ପ୍ରଦର୍ଶନୀ ହୋଇ ପାରି ନଥିଲା । ଫଳରେ ହସ୍ତତନ୍ତ ଓ ଗ୍ରାମୀଣ କାରିଗର ମାନେ ରୋଜଗାର ହରାଇ ଘରେ ବସି ରହିଥିଲେ । ହେଲେ ବର୍ତ୍ତମାନ ସବୁକିଛି ସ୍ୱାଭାବିକ ହେବା ପରେ କାରିଗର ମାନଙ୍କ ରୋଜଗାର ବଢାଇବା ଲକ୍ଷ୍ୟରେ କେନ୍ଦ୍ରୀୟ ଖଦି ଏବଂ ଗ୍ରାମୀଣ ଶିଳ୍ପ କମିଶନ ତରଫରୁ ଏଭଳି ପ୍ରଦର୍ଶନୀ ଆୟୋଜିତ କରାଯାଇଛି । ନାଲକୋ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି ।

ଏହାବି ପଢନ୍ତୁ :ସାଥି ଯବାନଙ୍କ ଗୁଳିରେ ୫ BSF ଯବାନ ମୃତ

ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ କାରିଗରମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟ ଆଣି ବିକ୍ରି ପାଇଁ ରଖିଛନ୍ତି । ଏଠାରେ ପ୍ରାୟ ୭୫ଟି ଷ୍ଟଲ କରାଯାଇଛି । ଦୁଇ ବର୍ଷ ପରେ ଏଭଳି ଏକ ମେଳା ଆୟୋଜିତ ହୋଇଥିବାରୁ ପ୍ରଥମ ଦିନରେ ହିଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିକ୍ରି ଏବଂ ପ୍ରଦର୍ଶନୀ ବ୍ୟତୀତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଓଡ଼ିଶାର ବିଭିନ୍ନ ଲୋକ ନୃତ୍ୟ ପରିବେଷଣ କରାଯିବ । ଯାହାକି ଲୋକଙ୍କୁ ଆହୁରି ଆକୃଷ୍ଟ କରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details