ଓଡିଶା

odisha

By

Published : Apr 17, 2020, 12:31 PM IST

ETV Bharat / state

ତାଲାବନ୍ଦ ବେଳେ ବାହାଘର

ଆଗକୁ ନଥିଲା ଶୁଭତିଥି । ଲକଡାଉନରେ ବାହାଘର ପାଇଁ ବରଙ୍କ ପିତା ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ କଲେ ଲିଖିତ ନିବେଦନ । ଏହାପରେ ପ୍ରଶାସନର ଗାଇଡଲାଇନ୍ସ ଅନୁସାରେ ହେଲା 2 ଆତ୍ମାଙ୍କ ମିଳିନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

marriage-in-anugul-with-the-permission-of-the-sub-collector
ଉପଜିଲ୍ଲାପାଳଙ୍କ ଅନୁମତିରେ ଅନୁଗୁଳରେ ତାଲାବନ୍ଦ ବାହାଘର

ଅନୁଗୋଳ: ଲକଡାଉନ ବେଳେ ନିରାଡମ୍ବର ଭାବେ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ଦମ୍ପତି। ନା ଥିଲା ବାଜା ଵାଜଣା ନା ବାଣ କି ବରଯାତ୍ରୀ। ଥିଲେ କେବଳ ବରକନ୍ୟା ଏବଂ ଉଭୟ ପକ୍ଷର ଆଉ ଦୁଇ ଜଣ ସମ୍ପର୍କୀୟ। ମନ୍ତ୍ରପାଠ କରିବାକୁ ଜଣେ ବ୍ରାହ୍ମଣ ଓ ବିଧି ବିଧାନ ପାଇଁ ଜଣେ ଭଣ୍ଡାରୀ ଥିଲେ। ଏକ ମାତ୍ର କାର ଥିଲା। କିନ୍ତୁ ସେଥିରେ ଫୁଲ ସଜା ହୋଇ ନଥିଲା। କାରଣ ଲକଡାଉନ ବେଳେ ପ୍ରଶାସନିକ କଟକଣାକୁ ଆଦୌ ଭୁଲି ଯାଇନଥିଲେ ଦମ୍ପତିଙ୍କ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ତାଳଚେର ବ୍ଲକ ଡଅଁରା ଗାଁରେ।

ଉପଜିଲ୍ଲାପାଳଙ୍କ ଅନୁମତିରେ ଅନୁଗୁଳରେ ତାଲାବନ୍ଦ ବାହାଘର

ଡଅଁରା ଗାଁର ଦୁଃଶାସନ ବିଶ୍ବାଳଙ୍କ ପୁଅ ବିନୋଦ କୁମାର ବିଶ୍ବାଳ ଓ ବଅଁରପାଳ ବ୍ଲକ ମଝିକା ଗାଁର ମନୋଜ କୁମାର ସାହୁଙ୍କ ଝିଅ ସୋମରାଣୀ ସାହୁଙ୍କ ବିବାହ ସ୍ଥିର ହୋଇ ଥିଲା। ଏପ୍ରିଲ ୧୪ ତାରିଖରେ ଲକଡାଉନ ଅବଧି ଶେଷ ହୋଇଯିବା ଜାଣି ଉଭୟ ପରିବାର ପକ୍ଷରୁ ୧୫ତାରିଖରେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଦିନ ଧାର୍ଯ୍ୟ କରିଥିଲେ। ଉଭୟ ପରିବାରର କହିବା କଥା ହେଲେ ଆଗକୁ ଆଉ କୌଣସି ଭଲ ତିଥି ନଥିଲା। ଯେଉଁ ତିଥି ଥିଲା ତାହା ବରକନ୍ୟାଙ୍କୁ ଶୁଝୁ ନଥିଲା। କିନ୍ତୁ ଲକଡାଉନ ଅବଧି ବଢିବା ପରେ ସେମାନଙ୍କ ଚିନ୍ତା ପଡିଗଲା। କଣ କରିବେ କିଛି ଭାବି ପାରିଲେ ନାହିଁ। କାରଣ ପୁରୋହିତଙ୍କ ମତରେ ଆଗାମୀ ୧ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ବିବାହ ହୋଇ ପାରିବ ନାହିଁ। ତେଣୁ ସେମାନେ ବାଧ୍ୟ ହୋଇ ପ୍ରଶାସନର ଦ୍ବାରସ୍ଥ ହେଲେ।

ଉପଜିଲ୍ଲାପାଳଙ୍କ ଅନୁମତିରେ ଅନୁଗୁଳରେ ତାଲାବନ୍ଦ ବାହାଘର

ଦୁଃଶାସନ ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ନିବେଦନ କଲେ। ତାଙ୍କ ନିବେଦନ ଉପରେ ବିଚାର କରି ୧୧ ତାରିଖରେ ଉପଜିଲ୍ଲାପାଳ କିଛି କଟକଣା ଲାଗୁକରି ବିବାହ ପାଇଁ ଲିଖିତ ଅନୁମତି ଦେଇଥିଲେ। କିନ୍ତୁ ତାଙ୍କ ଅନୁମତି ପତ୍ରରେ ବରକନ୍ୟାଙ୍କ ସହ ୪ଜଣ ରହିବା, ଜଣେ ପୁରୋହିତ, ଜଣେ ଭଣ୍ଡାରୀ ରହିବେ। ଗୋଟିଏ ମାତ୍ର ଗାଡି ବ୍ୟବହାର କରି ପାରିବେ, ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ, ଶୋଭାଯାତ୍ରା ଓ ଭୋଜିଭାତର ଆସର ହୋଇ ପାରିବ ନାହିଁ ବୋଲି କଟକଣା ଜାରି କରିଥିଲେ।

ତେବେ ଉଭୟ ପରିବାର ଏହି କଟକଣାକୁ ମାନି ବିବାହ କାର୍ଯ୍ୟ ଶେଷ କରିଥିଲେ। ଏଭଳି ବିବାହକୁ ନେଇ ବରକନ୍ୟା ଓ ସେମାନଙ୍କ ପରିବାର ଲୋକେ ବେଶ ଖୁସି। ସେମାନଙ୍କ କହିବା କଥା ଯେଉଁଭଳି ଭାବେ ବର୍ତ୍ତମାନ କୋରୋନା ସଂକ୍ରମଣ ରୋକିବାକୁ ସରକାର କଠୋର ନିୟମ ଲାଗୁ କରିଛନ୍ତି ତାହା ପ୍ରକୃତ ପକ୍ଷେ ସ୍ବାଗତଯୋଗ୍ୟ। କାରଣ କୋରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବା ଏକମାତ୍ର ଉପାୟ। କିନ୍ତୁ ସେମାନଙ୍କ ପାଖରେ କୌଣସି ଉପାୟ ନଥିବାରୁ ବାଧ୍ୟ ହୋଇ ଏଭଳି ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି। କିନ୍ତୁ ଏମିତି ନିରାଡମ୍ବର ବିବାହ ବହୁତ ଭଲ। ଖର୍ଚ୍ଚ କମ ହୁଏ। ସମସ୍ତେ ଅନ୍ୟ ଦିନମାନଙ୍କରେ ମଧ୍ୟ ଏଭଳି କରିବା ଆବଶ୍ୟକ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details