ଓଡିଶା

odisha

By

Published : May 18, 2020, 3:23 PM IST

ETV Bharat / state

ତାଲାବନ୍ଦ ବେଳେ ବିଦ୍ୟୁତ କର୍ମଚାରୀଙ୍କୁ ଛଟେଇ !

କୋରନା ବିରୁଦ୍ଧରେ ଲଢ଼ୁଛି ସାରା ଦେଶ । ଏହି ସମୟରେ କୌଣସି କର୍ମଚାରୀଙ୍କୁ ଛଟେଇ ନ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ଅନୁଗୋଳ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ..

disconnect-the-power-supply-when-the-lockdown
disconnect-the-power-supply-when-the-lockdown

ଅନୁଗୋଳ: ତାଲା ବନ୍ଦ ଭିତରେ ଚାକିରୀ ହରାଇଛନ୍ତି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା 120 ଠିକା କର୍ମଚାରୀ । ଅନୁଗୋଳ ଜିଲ୍ଲା ବିଦ୍ୟୁତ ଡିଭିଜନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରୀ ନେଇଛି ବିଦ୍ୟୁତ ବିତରକ କମ୍ପାନୀ ଏଞ୍ଜେନ । ଜିଲ୍ଲାରେ ବିଦ୍ୟୁତ ବିତରକ କମ୍ପାନୀ ସେସୁ କାର୍ଯ୍ୟ କରୁଥିବା ବେଳେ ବିଲ ସଂଗ୍ରହ କାଯ୍ୟକରୁଥିଲା ଘରୋଇ କମ୍ପାନୀ ଏଞ୍ଜେନ ।

ତାଲାବନ୍ଦ ବେଳେ ବିଦ୍ୟୁତ କର୍ମଚାରୀ ଙ୍କୁ ଛଟେଇ !

ଯେଉଁଥିରେ 120 କର୍ମଚାରୀ ଠିକରେ ଗତ 5 ରୁ 6 ବର୍ଷ ହେବ ମିଟର ରିଡିଙ୍ଗ ଓ ବିଲ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ଥିଲେ । ହେଲେ ଏବେ ସେମାନଙ୍କୁ ଛଟେଇ କରି ଦିଆଯାଇଛି । ଯାହାର ପ୍ରତିବାଦରେ ସେମାନେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ନିକଟରେ ରାଜ୍ୟ ସରକାର ଏହି ବିଦ୍ୟୁତ ବିତରକ ଦାୟିତ୍ବ ଟାଟା ତୁଲାଇବ ବୋଲି MOU କରିଛନ୍ତି । ଏଭଳି ହେଲେ ଏହି କର୍ମଚାରୀ ମାନେ କଣ କରିବେ ତାକୁ ନେଇ ଚିନ୍ତାରେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details