ଓଡିଶା

odisha

By

Published : Jul 6, 2020, 6:27 PM IST

ETV Bharat / state

କୋରୋନା ସଂକ୍ରମଣକୁ ନେଇ ଚିନ୍ତା ବଢାଇଲା ଶିଳ୍ପ ସଂସ୍ଥା, ପ୍ରଶାସନର ନାହିଁ ଲଗାମ

ଶିଳ୍ପ ସଂସ୍ଥା ମାନଙ୍କ ପାଇଁ ଅନୁଗୋଳ ଜିଲ୍ଲାରେ ବଢିଛି କୋରୋନା ସଂକ୍ରମଣ ହାର । ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥାର କର୍ମଚାରୀ ଏବେ କୋରୋନା ପଜିଟିଭ । ସଂସ୍ଥାରେ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ପ୍ରଶାସନ କେବଳ ଲୋକ ଦେଖାଣିଆ କମ୍ପାନୀକୁ ଚିଠି ଲେଖି ଚୁପ ବସିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Covid-19 tension in Anugul
କୋରୋନା ସଂକ୍ରମଣକୁ ନେଇ ଚିନ୍ତା ବଢାଇଲା ଶିଳ୍ପ ସଂସ୍ଥା, ପ୍ରଶାସନର ନାହିଁ ଲଗାମ

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ହାର । ଆଉ ଏହି ସଂକ୍ରମଣର ଅଧିକାଂଶ ଶିକାର ଅଛନ୍ତି ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥାର କର୍ମଚାରୀମାନେ । ପ୍ରତ୍ୟେକ ଦିନ ଜିଲ୍ଲାରେ ଉଭୟ ରାଷ୍ଟ୍ରାୟତ ଉଦ୍ୟୋଗ ଓ ଘରୋଇ ଶିଳ୍ପ ସଂସ୍ଥାର କର୍ମଚାରୀମାନେ କୋରୋନା ସଂକ୍ରମିତ ହେଉଥିବା ଜଣାପଡୁଛି । ଯାହା ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି ।

କୋରୋନା ସଂକ୍ରମଣକୁ ନେଇ ଚିନ୍ତା ବଢାଇଲା ଶିଳ୍ପ ସଂସ୍ଥା, ପ୍ରଶାସନର ନାହିଁ ଲଗାମ

ସେପଟେ ଶିଳ୍ପ ସଂସ୍ଥାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲେ ସୁଦ୍ଧା ସମ୍ପୃକ୍ତ ସଂସ୍ଥାକୁ ନା କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଉଛି ନା ସଟଡାଉନ କରାଯାଇଛି । ଯାହାକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ ଉଠାଇଛନ୍ତି ।

କୋରୋନା ସଂକ୍ରମଣକୁ ନେଇ ଚିନ୍ତା ବଢାଇଲା ଶିଳ୍ପ ସଂସ୍ଥା, ପ୍ରଶାସନର ନାହିଁ ଲଗାମ

ଅପରପକ୍ଷେ ଶିଳ୍ପ ସଂସ୍ଥାରେ ସଂକ୍ରମଣ ବଢୁଥିବା ଖବର ସାମ୍ନାକୁ ଆସିବା ପରେ ଅନୁଗୋଳ ଜିଲ୍ଲା ପ୍ରଶାସନ ଜିଲ୍ଲାକୁ ସପ୍ତାହର ଶେଷ 2 ଦିନ ସଟଡାଉନ ଘୋଷଣା କରିଛନ୍ତି । ଗତ ଶନିବାର ଓ ରବିବାର ସଟଡାଉନ ପରେ ଏହା ଥିଲା ଆଜି ଅର୍ଥାତ୍ ସୋମବାରର ଦୃଶ୍ୟ । ଲୋକମାନେ ବିନା ସାମାଜିକ ଦୂରତାରେ ବଜାରରେ ବୁଲୁଥବାର ନଜର ଆସିଥିଲେ । ଏମାନଙ୍କ ମଧ୍ୟରେ ଅନେକ ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା । ହେଲେ ଏସବୁ ଉପରେ ପ୍ରଶାସନ କି ପୋଲିସ କାହାର ନଜର ପଡିନଥିବା ଲୋକେ ଅଭିଯୋଗ କରିଛନ୍ତି ।

କୋରୋନା ସଂକ୍ରମଣକୁ ନେଇ ଚିନ୍ତା ବଢାଇଲା ଶିଳ୍ପ ସଂସ୍ଥା, ପ୍ରଶାସନର ନାହିଁ ଲଗାମ

ତେବେ ଶିଳ୍ପ ସଂସ୍ଥାରେ କୋରୋନା ପଜିଟିଭ ନଜରକୁ ଆସୁଥିବାରୁ ପ୍ରଶାସନ କେବଳ ଚିଠି ଲେଖି ସଂସ୍ଥାମାନକୁ ତାଗିଦ୍ କରିଥିବା ଜଣାପଡ଼ିଛି । ଯେଉଁ ଚିଠି ଏବେ ଭାଇରାଲ ହେବାରେ ଲାଗିଛି । ଯଦି ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ନ ନିଅନ୍ତି ତେବେ ପରିସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details