ଓଡିଶା

odisha

By

Published : Apr 27, 2022, 10:38 AM IST

ETV Bharat / state

ନିଆଁ ଆଁରେ 7 ପରିବାର ସର୍ବସ୍ୱାନ୍ତ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ଆଠମଲ୍ଲିକ ଉପଖଣ୍ଡ କନ୍ତପଡା ବେଲବଣିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୭ଟି ପରିବାରର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ

ଅଗ୍ନିକାଣ୍ଡରେ 7 ପରିବାର ସର୍ବସ୍ୱନ୍ତ: ନିଆଁ ଲାଗିବାର କାରଣ ଅସ୍ପଷ୍ଟ
ଅଗ୍ନିକାଣ୍ଡରେ 7 ପରିବାର ସର୍ବସ୍ୱନ୍ତ: ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ଅନୁଗୋଳ:ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କନ୍ତପଡା ବେଲବଣିଆ ସାହିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୭ଟି ପରିବାରର ୧୨ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଅଗ୍ନିକାଣ୍ଡରେ 7 ପରିବାର ସର୍ବସ୍ୱନ୍ତ: ନିଆଁ ଲାଗିବାର କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ଅନୁଗୋଳ କନ୍ତପଡା ବେଲବଣିଆ ସାହିରେ ନିଆଁ ଲାଗିଯାଇଥିଲା । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା ବେଳକୁ ସାହିର ୭ ପରିବାରର ୧୨ ବଖରା ଘରକୁ ନିଆଁ ବ୍ୟାପି ଯାଇଥିଲା । ଘର ଗୁଡିକ ସମ୍ପୂର୍ଣ୍ଣ ପୋଡିଯିବା ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା ଓ ଖାଇବା ଜିନିଷ ପୋଡି ପାଉଁଶ ହୋଇ ଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ ରୋଷେଇ ଘର ଚୁଲିରୁ ନିଆଁ ବାହାରି ଏଭଳି ଘଟିଥିବା ଅନୁମାନ କରାଯାଉଛି ।

ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀକୁ ଛୁଇଁଥିବା ବେଳେ ପ୍ରବଳ ଖରାରେ ବିପନ୍ନ ପରିବାର ଗୁଡିକ ଖୋଲା ଆକାଶ ତଳେ ରହିଛନ୍ତି । ସନ୍ଧ୍ୟାରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ପହଞ୍ଚି ବିପନ୍ନ ପରିବାର ଗୁଡିକୁ ଚାଉଳ, ରାସନ ଓ ଲୁଗାପଟା ଦେଇଥିଲେ। ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ କହିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details