ଓଡିଶା

odisha

By

Published : Jul 26, 2021, 2:13 PM IST

ETV Bharat / sports

ପାର୍ଲାମେଣ୍ଟରେ ଅଲମ୍ପିକ ରୌପ୍ୟ ବିଜୟିନୀ ମୀରାବାଇଙ୍କୁ ପ୍ରଶଂସା

ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ସୈଖୋମ ମୀରାବାଇ ଚାନୁଙ୍କୁ ସୋମବାର ଅଭିନନ୍ଦନ ଜଣାଇଲା ପାର୍ଲାମେଣ୍ଟର ଉଭୟ ଗୃହ । ଅଧିକ ପଢନ୍ତୁ...

Parliament hails Olympic silver medallist Mirabai Chanu
ଅଲମ୍ପିକ ରୌପ୍ୟ ବିଜୟିନୀ ମୀରାବାଇଙ୍କୁ ପାର୍ଲାମେଣ୍ଟରୁ ପ୍ରଶଂସା

ନୂଆଦିଲ୍ଲୀ:ପାର୍ଲାମେଣ୍ଟର ଉଭୟ ଗୃହ ସୋମବାର ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ସୈଖୋମ ମୀରାବାଇ ଚାନୁଙ୍କୁ ଅଭିନନ୍ଦନ ଜଣାଇଛି । ମୀରାବାଇଙ୍କ ଦମଦାର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ପାର୍ଲାମେଣ୍ଟ ସଦସ୍ୟ । ଭାରତୀୟ ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଟୋକିଓ ଅଲମ୍ପିକର ମହିଳା ଭାରୋତ୍ତୋଳନ 49 କିଲୋଗ୍ରାମ ବର୍ଗରେ ଐତିହାସିକ ପ୍ରଦର୍ଶନ ସହ ରୌପ୍ୟ ପଦକ ହାତେଇଛନ୍ତି ।

ଖୁସିର ସହିତ ଲୋକସଭା ବାଚସ୍ପତି ଓମ ବିର୍ଲା ଗୃହର ସମସ୍ତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଟୋକିଓ ଅଲମ୍ପିକରେ ମୀରାବାଇ ଚାନୁ ରୌପ୍ୟ ପଦକ ଜିତିଥିବା ଘୋଷଣା କରିଥିଲେ । ଏଥିସହ ଲୋକସଭା ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟ ଆଥଲେଟ୍‌ ମଧ୍ୟ ସେମାନଙ୍କର ଖେଳରେ ଭଲ ପ୍ରଦର୍ଶନ କରି ଦେଶକୁ ଗର୍ବିତ କରିବେ ବୋଲି ବିଶ୍ବାସ ରହିଥିବା ବାଚସ୍ପତି କହିଥିଲେ ।

ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିବା ମୀରାବାଇ, ମୋଟ 202 କିଲୋଗ୍ରାମ ଭାର(87 କିଲୋଗ୍ରାମ ସ୍ନାଚ୍‌ ଓ 115 କିଲୋଗ୍ରାମ କ୍ଳିନ୍‌ ଓ ଜର୍କ) ଉଠାଇଥିଲେ । ଏହି ଇଭେଣ୍ଟରେ ଚାଇନାର ଜିହିଦୁଇ ନୂଆ ଅଲମ୍ପିକ ରେକର୍ଡ ସହ 210 କିଲୋଗ୍ରାମ ଭାର ଉଠାଇ ସ୍ବର୍ଣ୍ଣ ପଦକ ଜିତିଥିଲେ । ସେହିପରି ଇଣ୍ଡୋନେସିଆର ୱିଣ୍ଡି କାଣ୍ଟିକା ଐସ 194 କିଲୋଗ୍ରାମ ଭାର ଉଠାଇ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲେ ।

ଭାରୋତ୍ତୋଳନରେ ଏହା ଭାରତର ଦ୍ବିତୀୟ ପଦକ । ପୂର୍ବରୁ 2000 ସିଡନୀ ଅଲମ୍ପିକରେ 69 କିଲୋଗ୍ରାମ ବର୍ଗରେ କର୍ଣ୍ଣମ ମାଲେଶ୍ବରୀ ବ୍ରୋଞ୍ଜ ପଦକ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details