ନୂଆଦିଲ୍ଲୀ:ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭେଟିଲେ ଟୋକିଓ ଅଲମ୍ପିକ ରୌପ୍ୟ ପଦକ ବିଜୟିନୀ ମୀରାବାଇ ଚାନୁ । ସଚିନଙ୍କୁ ଭେଟିବା ପରେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ମୀରାବାଇ ଚାନୁ । ଟୋକିଓ ଅଲମ୍ପିକ ଗେମ୍ସର ୪୯ କେଜି ମହିଳା ବର୍ଗର ଭାରୋତ୍ତଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ମୀରାବାଇ ଚାନୁ । ଏହାପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ସହ ପୁରସ୍କାର ମିଳିବାରେ ଲାଗିଥିଲା । ଏହାସହ ସେ ବହୁ ବିଶିଷ୍ଠ ବ୍ୟକ୍ତିତ୍ବ ମାନଙ୍କୁ ଭେଟିଛନ୍ତି ।
ସଚିନ ତେନ୍ଦୁଲକରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୀରାବାଇ ଚାନୁ । ଏହାକୁ ନେଇ ସେ ଟ୍ବିଟ୍ କରି କହିଛନ୍ତି ଯେ, "ଆଜି ସକାଳେ ସଚିନ ତେନ୍ଦୁଲକରଙ୍କୁ ଭେଟି ଖୁସି ଲାଗିଲା । ତାଙ୍କ କଥା ଓ ପ୍ରୋତ୍ସାହନ ସବୁବେଳେ ମୋର ମନେ ରହିବ । ସତରେ ତାଙ୍କ ଦ୍ବାରା ମୁଁ ଆଜି ଅନୁପ୍ରାଣିତ ହୋଇଛି ।"