ଓଡିଶା

odisha

By

Published : Nov 2, 2021, 9:15 AM IST

ETV Bharat / sports

T-20 WC: ଆଜି ଦ.ଆଫ୍ରିକା-ବାଂଲାଦେଶ, ପାକିସ୍ତାନ-ନାମ୍ବିଆ ମୁକାବିଲା

ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ (ଗ୍ରୁପ-1)ର ଆଜି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ପରସ୍ପରକୁ ଭେଟିବେ ଓ ଦ୍ବିତୀୟ ମ୍ୟାଚଟି ପାକିସ୍ତାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ...

ଆଜି ଦ.ଆଫ୍ରିକା-ବାଂଲାଦେଶ, ପାକିସ୍ତାନ-ନାମ୍ବିଆ ମୁକାବିଲା
ଆଜି ଦ.ଆଫ୍ରିକା-ବାଂଲାଦେଶ, ପାକିସ୍ତାନ-ନାମ୍ବିଆ ମୁକାବିଲା

ଆବୁଧାବି: ଚଳିତ ଟି-ଟ୍ବେଣ୍ଟି ବିଶ୍ବକପର ସୁପର-୧୨ (ଗ୍ରୁପ-1)ର ଆଜି ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ପରସ୍ପରକୁ ଭେଟିବେ ଓ ଦ୍ବିତୀୟ ମ୍ୟାଚଟି ପାକିସ୍ତାନ ଓ ନାମ୍ବିଆ ମଧ୍ୟରେ ଖେଳାଯିବ । ସମସ୍ତ ଦଳ ଆଜିର ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବ । ବିଜୟ ସହ ପଏଣ୍ଟ ବୃଦ୍ଧି କରିବାକୁ ଚେଷ୍ଟା କରିବେ ସମସ୍ତ ଟିମ ।

ବାଂଲାଦେଶ-ଦକ୍ଷିଣ ଆଫ୍ରିକା

ଉଭୟ ଦଳ ପାଇଁ ଆଜିର ମ୍ୟାଚ ଗୁରୁତ୍ବପୂର୍ଣ୍ଣ । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହିତ ୪ ପଏଣ୍ଟ ହାସଲ କରିଛି । ପଏଣ୍ଟ ତାଲିକାରେ ଦକ୍ଷିଣ ଭାରର ଦ୍ବିତୀୟରେ ରହିଛି । ଆଜିର ମ୍ୟାଚରେ ବିଜୟ ସହିତ ପଏଣ୍ଟ ବଢାଇବାକୁ ପ୍ରୟାସ କରିବ ଦଳ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିଥିଲା ଦକ୍ଷିଣ ଆଫ୍ରିକା । ପରେ ପରେ ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଦଳର ସବୁ ଖେଳାଳି ଫିଟ ଓ ଫର୍ମରେ ଅଛନ୍ତି । ଆଜି ଡେଭିଡ ମିରରଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମିଲରଙ୍କ ବ୍ୟାଟରୁ ଏକ ବଡ ଇନିଂସ ଆଶା କରାଯାଉଛି ।

ଅନ୍ୟପଟେ ବାଂଲାଦେଶ ୩ଟି ମ୍ୟାଚ ଖେଳି ସାରିଥିଲେ ହେଁ ପଏଣ୍ଟ ଖାତା ଖୋଲିପାରିନାହିଁ । ଆଜିର ମ୍ୟାଚରେ ବିଜୟ ସହଜ ହୋଇନପାରେ । ଦଳର ଷ୍ଟାର ଖେଳାଳି ସାକିବ ଅଲ ହାସନ ଆହତ ହୋଇ ବାଦ ପଡିଛନ୍ତି । ତାଙ୍କ ଅନୁପସ୍ଥିତି ଦଳ ଉପରେ ପ୍ରଭାବ ପକାଇପାରେ । ଦଳକୁ ଏକ ବଡ ସ୍କୋର କରିବାକୁ ହେଲେ ମୁଖ୍ୟତଃ ମୁସଫିକର ଓ ମହମୁଦୁଲ୍ଲାଙ୍କୁ ବ୍ୟାଟିଂ କରିବାକୁ ପଡିବ । ଆଜିର ମୁକାବିଲା କାହା ଭାଗ୍ୟରେ ଯାଉଛି ତାହା ଦେଖିବା ବାକି ରହିଲା ।

ପାକିସ୍ତାନ-ନାମ୍ବିଆ

ବିଜୟ ଧାରା ଜାରି ରଖି ଚଳିତ ଟି-୨୦ରେ ଚମତ୍କାର ପ୍ରଦର୍ଶନ ଦେଖାଇଛି ପାକିସ୍ତାନ । ବିଶ୍ବକପରେ ସେମିଫାଇନାଲ ଏକପ୍ରକାର ନିଜର ସ୍ଥାନ ପକ୍କା କରିସାରିଛି । ଆଜି ଆବୁଧାବିରେ ସନ୍ଧ୍ୟାରେ ନାମ୍ବିଆକୁ ଭେଟିବ ପାକିସ୍ତାନ । ଚଳିତ ଟି-୨୦ରେ ଭାରତ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନକୁ ହରାଇ ଅପରାଜେୟ ରହିଛି ବାବାର ବାହିନୀ । ଆଜିର ମ୍ୟାଚ ଜିତି ବିଜୟ ଧାରା ବଜାୟ ରଖିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷେ ବିଶ୍ବକପରେ ପଦାର୍ପଣ କରିଥିବା ନାମ୍ବିଆର ପ୍ରଦର୍ଶନ ମଧ୍ୟ ଭଲ ରହିଛି । ଦଳ ସ୍କଟଲାଣ୍ଡକୁ ହରାଇଥିବାବେଳେ ଆଫଗାନିସ୍ତାନ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା । ଲେଗ ସ୍ପିନର ଲଫଟି- ଇଟନଙ୍କ ପ୍ରଦର୍ଶନ ନାମ୍ବିଆ ପାଇଁ ଶୁଭ ସଙ୍କେତ । ଦ୍ରୁତ ବୋଲର ରୁବେ ପ୍ରାରମ୍ଭରୁ ୱିକେଟ ହାତେଇ ପାରିଲେ ପାକିସ୍ତାନ ଉପରେ ଚାପ ପଡିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details