ଓଡିଶା

odisha

By

Published : Jul 3, 2022, 10:23 AM IST

ETV Bharat / sports

ମହିଳା ହକି ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଜୁଲାଇ ପହିଲାରୁ ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ) ମହିଳା ହକି ବିଶ୍ବକପର 15 ତମ ସଂସ୍କରଣ ସ୍ପେନ ଓ ନେଦରଲାଣ୍ଡସନରେ ଆରମ୍ଭ ହୋଇଯାଇଛି । ଆଜି (ରବିବାର) ଭାରତ ଇଂଲଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଅଧିକ ପଢନ୍ତୁ

ମହିଳା ହକି ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ମୁକାବିଲା
ମହିଳା ହକି ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ମୁକାବିଲା

ଆମଷ୍ଟେଲଭିନ: ଜୁଲାଇ ପହିଲାରୁ ଅନ୍ତର୍ଜାତୀୟ ହକି ଫେଡେରେସନ (ଏଫଆଇଏଚ) ମହିଳା ହକି ବିଶ୍ବକପର 15 ତମ ସଂସ୍କରଣ ସ୍ପେନ ଓ ନେଦରଲାଣ୍ଡସନରେ ଆରମ୍ଭ ହୋଇଯାଇଛି । ଆଜି (ରବିବାର) ଭାରତ ଇଂଲଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ମହିଳା ହକି ଦଳ ।

ମହିଳା ହକି ବିଶ୍ବକପ: ଆଜି ଭାରତ-ଇଂଲଣ୍ଡ ମୁକାବିଲା

ସିଧାସଳଖ କ୍ବାର୍ଟର ଫାଇନାଲ ଖେଳିବାକୁ ହେଲେ ଭାରତକୁ ପୁଲ (ବି)ର ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ବିଶ୍ବ ମାନ୍ୟତାରେ ଭାରତ ନବନ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ପଞ୍ଚମ ସ୍ଥାନରେ ରହିଛି । ଟୋକିଓ ଅଲମ୍ପିକ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ କଡା ମୁକାବିଲା ହୋଇଥିଲା । ଏଥିରେ ଭାରତ 3-4 ଗୋଲରେ ପରାସ୍ତ ହୋଇ ଅଳ୍ପକେ ପଦକୁ ବଞ୍ଚିତ ହୋଇଥିଲା । ବିଶ୍ବକପରେ ଭାରତ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ।

ଏଫଆଇଏଚ ପ୍ରୋ ଲିଗରେ ଭାରତ ଭଲ ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଯାହା ଦଳର ମନୋବଳ ଦୃଢ କରିଛି । 1974ରେ ପ୍ରଥମ ସଂସ୍କରଣରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । ଏହାପରଠୁ ଭାରତ ଆଉ ସଫଳତା ପାଇ ନଥିଲା । ଟୋକିଓରେ ଚତୁର୍ଥ ସ୍ଥାନରେ ରହି ସଫଳତା ଧାରାକୁ ଫେରିଥିଲା ।

ଆହତ କାରଣରୁ ରାନୀ ରାମପାଲ ବାଦ ପଡିଛନ୍ତି । ଅଭିଜ୍ଞ ଗୋଲକିପର ସବିତା ପୁନିଆ ଦଳର ନେତୃତ୍ବ ନେଉଛନ୍ତି । ଉପ ଅଧିନାୟିକା ଭାର ସମ୍ଭାଳିଛନ୍ତି ଓଡିଶାର ଡିଫେଡିଂ ଦୀପଗ୍ରେସ ଏକ୍କା । ଜୁଲାଇ 5ରେ ଦ୍ବିତୀୟ ମ୍ୟାଚରେ ଭାରତ ଚୀନକୁ ଭେଟିବ । 7ରେ ଅନ୍ତିମ ପୁଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ ।

ABOUT THE AUTHOR

...view details