ହାଇଦ୍ରାବାଦ: ଆଉ ମାତ୍ର କିଛି ସମୟ ପରେ ଟୋକିଓ ଅଲମ୍ପିକର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା । ମାତ୍ର COVID-୧୯ର ଭୟାଭୟତା ଯୋଗୁଁ ସମ୍ଭବ ହୋଇପାରିନଥିଲା । ତେବେ କୋଭିଡ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିବାବେଳେ ସମାନ ଉତ୍ସାହର ସହ ସମ୍ମାନଜନକ ବହୁଦେଶୀୟ ଇଭେଣ୍ଟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଯାଉଛି ।
ତେବେ ସ୍ଥଗିତ ହେବାର ଗୋଟିଏ ବର୍ଷ ବିତିସାରିଥିଲେ ମଧ୍ୟ ସ୍ଥିତିରେ ବିଶେଷ ପରିବର୍ତ୍ତନ ହୋଇନାହିଁ । ଏପରିକି ଅଲମ୍ପିକ ଭେନ୍ୟୁ ଟୋକିଓରେ ମଧ୍ୟରେ COVID-19 ଭୁତାଣୁ ପ୍ରବେଶ କରିସାରିଛି ।
ତେବେ ସଂକ୍ରମଣର ଭୟ ସତ୍ତ୍ବେ, ଅଲମ୍ପିକ ଆରମ୍ଭ ହେବାକୁ ଯାଉଛି ।
ସଭାପତି ଥୋମାସ ବାଚ୍ ଅଲମ୍ପିକ ଆୟୋଜନ ସପକ୍ଷରେ ମତ ଦେଇଥିଲେ ମଧ୍ୟ ଜାପାନ ଜନସଂଖ୍ୟାର ଏକ ବଡ ଅଂଶ କୋଭିଡ ସମୟରେ ଅଲମ୍ପିକ ଆୟୋଜନକୁ ବିରୋଧ କରିଥିଲେ ।
ନଜର ପକାନ୍ତୁ ଇଟିଭି ଭାରତ ପ୍ରସ୍ତୁତ କରିଥିବା ଟୋକିଓ ଅଲମ୍ପିକର ସମସ୍ତ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ଭାରତୀୟ ପ୍ରତିନିଧିତ୍ବ ବିଷୟରେ...
କେତେବେଳେ ୨୦୨୦ ଟୋକିଓ ଅଲମ୍ପିକ ଆରମ୍ଭ ହେବ ?
- 2020 ଗ୍ରୀଷ୍ମକାଳୀନ ଅଲମ୍ପିକ୍ ଜୁଲାଇ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ । ଜୁଲାଇ ୨୩ରେ ଉଦ୍ଘାଟନୀ ସମାରୋହ ଓ ଅଗଷ୍ଟ ୮ରେ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ହେବ । ଉଦ୍ଘାଟନୀ ସମାରୋହ ପୂର୍ବରୁ ସପ୍ଟବଲ, ତୀରନ୍ଦାଜ ଭଳି କିଛି ଇଭେଣ୍ଟ ଖେଳାଯିବାର ସୂଚୀ ରହିଛି ।
କେତେବେଳେ ଟୋକିଓ ଅଲମ୍ପିକ୍ ୨୦୨୦ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ ?
- ଟୋକିଓ ଅଲମ୍ପିକ ୨୦୨୦ ଉଦ୍ଘାଟନୀ ସମାରୋହ ଜୁଲାଇ ୨୩(ଶୁକ୍ରବାର) ଜାପାନର ନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।
କେତୋଟି ଦେଶ ଅଂଶଗ୍ରହଣ କରୁଛନ୍ତି ?
- 206ଟି ଦେଶ
କେତେ ସଂଖ୍ୟକ ଆଥଲେଟ୍ ଏହି ଖେଳରେ ଅଂଶଗ୍ରହଣ କରୁଛନ୍ତି ?
-୪୧ଟି ଭିନ୍ନ ଖେଳରେ 11,091ଜଣ ଆଥଲେଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
ଗ୍ରୀଷ୍ମକାଳୀନ ଅଲମ୍ପିକରେ କେଉଁ ସବୁ କ୍ରୀଡା ଇଭେଣ୍ଟ ଖେଳାଯିବ ?
30ରୁ ଅଧିକ କ୍ରୀଡା ଇଭେଣ୍ଟ ବିଭିନ୍ନ ବର୍ଗରେ ଆୟୋଜିତ ହେବ । ତାଲିକାରେ ରହିଛି: ଆକ୍ବାଟିକ୍ସ(୪୯), ତୀରନ୍ଦାଜ(୫), ଆଥଲେଟିକ୍ସ(୪୮), ବ୍ୟାଡମିଣ୍ଟନ(୫), ବେସ୍ବଲ/ସପ୍ଟବଲ(୨), ବାସ୍କେଟବଲ(୪), ବକ୍ସିଂ(୧୩), କାନୋଏଇଂ(୧୬), ସାଇକେଲିଂ(୨୨), ଇକ୍ବିଏଷ୍ଟ୍ରିଆନ(୬), ଫେନ୍ସିଂ(୧୨), ଫିଲ୍ଡ ହକି(୨), ଫୁଟବଲ(୨), ଗୋଲ୍ଫ(୨), ଜିମ୍ନାଷ୍ଟିକ୍ସ(୧୮), ହ୍ୟାଣ୍ଡବଲ୍(୨), ଜୁଡୋ(୧୫), କରାଟେ(୮), ପେଣ୍ଟାଥଲନ(୨), ରୋଇଂ(୧୪), ରଗବି(୨), ସେଲିଂ(୧୦), ସୁଟିଂ(୧୫), ସ୍କେଟବୋର୍ଡିଂ(୪), ସ୍ପୋର୍ଟ କ୍ଲାଇମ୍ବିଂ(୨), ସର୍ଫିଂ(୨), ଟେବୁଲି ଟେନିସ(୫), ତାଇକୋଣ୍ଡୋ(୮), ଟେନିସ(୫), ଟ୍ରାଇଥଲନ(୩), ଭଲିବଲ (୪), ଭାରୋତ୍ତୋଳନ(୧୪) ଓ କୁସ୍ତି(୧୮) ।
ଭାରତୀୟ ଅଲମ୍ପିକ ଟିମ
- ଭାରତ ସର୍ବାଧିକ ସଂଖ୍ୟକ-୧୨୭ ଆଥଲେଟ ଟୋକିଓ ଅଲମ୍ପିକ୍ସକୁ ପଠାଇଛି । ଫଳରେ ବିଶାଳ ଭାରତୀୟ ଅଲମ୍ପିକ ଟିମ ଠାରୁ ଅଧିକ ମେଡାଲ ଆଶା କରୁଛନ୍ତି ଦେଶବାସୀ ।