ଓଡିଶା

odisha

By

Published : Mar 17, 2021, 9:40 PM IST

ETV Bharat / sports

ସୂଚାରୁ ରୂପେ ସମ୍ପାଦନ ହେବ ସୁଟିଂ ବିଶ୍ବକପ: ରନିନ୍ଦର ସିଂହ

ମାର୍ଚ୍ଚ 19 ତାରିଖ ଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଶୁଟିଂ ବିଶ୍ବକପ। ଏହାକୁ ନେଇ ଟୁର୍ଣ୍ଣାମେଣ୍ଟ ସୁଚାରୁରୂପେ ସମ୍ପାଦନ ହେବା ନେଇ ଆଶା ପ୍ରକାଶ କରିଛନ୍ତି ଜାତୀୟ ରାଇଫଲ ଆସୋସିଏସନର ସଭାପତି ରନିନ୍ଦର ସିଂହ। ଅଧିକ ପଢ଼ନ୍ତୁ...

ସୁଚାରୁ ରୂପେ ସମ୍ପାଦନ ହେବ ସୁଟିଂ ବିଶ୍ବକପ: ରନିନ୍ଦର ସିଂହ
ସୁଚାରୁ ରୂପେ ସମ୍ପାଦନ ହେବ ସୁଟିଂ ବିଶ୍ବକପ: ରନିନ୍ଦର ସିଂହ

ନୂଆଦିଲ୍ଲୀ: ମାର୍ଚ୍ଚ 19 ତାରିଖ ଠାରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଶୁଟିଂ ବିଶ୍ବକପ। ଏହାକୁ ନେଇ ଟୁର୍ଣ୍ଣାମେଣ୍ଟ ସୁଚାରୁରୂପେ ସମ୍ପାଦନ ହେବା ନେଇ ଆଶା ପ୍ରକାଶ କରିଛନ୍ତି ଜାତୀୟ ରାଇଫଲ ଆସୋସିଏସନର ସଭାପତି ରନିନ୍ଦର ସିଂହ। ଦିଲ୍ଲୀର କର୍ଣ୍ଣି ସିଂହ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 29 ତାରିଖ ଯାଏ ଚାଲିବ।

ଟୁର୍ଣ୍ଣାମେଣ୍ଟରେ ରାଇଫଲ, ପିଷ୍ଟଲ ଓ ସଟଗନ ସୁଟିଂ କ୍ରୀଡ଼ାବିତ ସାମିଲ ହେବେ। ଭାରତର 57 ଜଣିଆ ଟିମ ଏଥିରେ ସାମିଲ ହୋଇଛନ୍ତି। ଖାଲି ସେତିକି ନୁହେଁ ମୋଟ 53ଟି ଦେଶର 294ଜଣ କ୍ରୀଡ଼ାବିତ ଏଥିରେ ସାମିଲ ହୋଇ ନିଜର ସୁଟିଂ କଳା ପ୍ରଦର୍ଶନ କରିବେ।

ଏହାକୁ ନେଇ ଜାତୀୟ ରାଇଫଳ ଆସୋସିଏସନର ସଭାପତି ରନିନ୍ଦର ସିଂହ କହିଛନ୍ତି ଯେ, "ଅଲିମ୍ପିକ୍ସ କ୍ରୀଡ଼ା ଜଗତର ଆଖି ଏବେ ଭାରତ ଉପରେ ରହିବ। ଏଥିପାଇଁ ଭାରତ ସରକାର, କ୍ରୀଡ଼ା ମନ୍ତ୍ରାଳୟ ଓ ଭାରତର କ୍ରୀଡ଼ା ପ୍ରାଧିକରଣ ସଂସ୍ଥାନର ବହୁମୂଲ୍ୟ ସହଯୋଗ ରହିଛି। ମହାମାରୀ ସମୟରେ ମଧ୍ୟ ଜାତୀୟ ରାଇଫଳ ଆସୋସିଏସନକୁ ସହଯୋଗ କରିଥିବାରୁ ସଭିଙ୍କୁ ଧନ୍ୟବାଦ। ଆମେ ସମସ୍ତ କୋରୋନା କଟକଣାକୁ ମାନ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବୁ। ଆଶା କରୁଛୁ ବହୁ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ। ଜାତୀୟ ତଥା ଅନ୍ତର୍ଜାତୀୟ ସୁଟିଂ ଷ୍ଟାରମାନଙ୍କୁ ପ୍ରତିଦ୍ବନ୍ଦିତା କରୁଥିବା ଏଥିରେ ଦେଖିବାକୁ ମିଳିବ।"

ଅନ୍ତର୍ଜାତୀୟ ଶୁଟିଂ ସ୍ପୋର୍ଟ ଫେଡେରେସନ ପକ୍ଷରୁ ଚଳିତ ବର୍ଷ ଭାରତରେ ଏହି ବିଶ୍ବକପ ଆୟୋଜନ ହେବାକୁ ଯାଉଛି। ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା ଆପଣା ଯାଇଛି। ଶୁକ୍ରବାରଠାରୁ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details