ଓଡିଶା

odisha

ଯେକୌଣସି ପରିସ୍ଥିତିରେ ହେବ ଟୋକିଓ ଅଲମ୍ପିକ୍ସ: ଜାପାନ ଅଲମ୍ପିକ ମନ୍ତ୍ରୀ

By

Published : Sep 9, 2020, 10:04 AM IST

ଟୋକିଓ ଅଲମ୍ପିକ୍ସ ନେଇ ଜାପାନ ଅଲମ୍ପିକ ମନ୍ତ୍ରୀ ସେଇକୋ ହାସିମୋତୋ ରଖିଲେ ସ୍ପଷ୍ଟୀକରଣ । କହିଲେ ଯେକୌଣସି ପରିସ୍ଥିତିରେ ଆୟୋଜିତ ହେବ ଅଲମ୍ପିକ । ଅଧିକ ପଢ଼ନ୍ତୁ...

Japan Olympic minister vows to hold Tokyo Games, Tokyo Games at any cost, Japan Olympic minister Seiko Hashimoto, ଜାପାନ ଅଲମ୍ପିକ ମନ୍ତ୍ରୀ, ଯେକୌଣସି ମୂଲ୍ୟରେ ହେବ ଟୋକିଓ ଅଲମ୍ପିକ୍ସ, ଅଲମ୍ପିକ ମନ୍ତ୍ରୀ ସେଇକୋ ହାସିମୋତୋ,  ଟୋକିଓ ଅଲମ୍ପିକ୍ସ
ଯେକୌଣସି ମୂଲ୍ୟରେ ହେବ ଟୋକିଓ ଅଲମ୍ପିକ୍ସ: ଜାପାନ ଅଲମ୍ପିକ ମନ୍ତ୍ରୀ

ଟୋକିଓ: ଜାପାନର ଅଲମ୍ପିକ ମନ୍ତ୍ରୀ ସେଇକୋ ହାସିମୋତୋ ମଙ୍ଗଳବାର କହିଛନ୍ତି ଯେ ଟୋକିଓ ଅଲମ୍ପିକ ଓ ପାରାଅଲମ୍ପିକ ଯେକୌଣସି ପରିସ୍ଥିତିରେ ଅନୁଷ୍ଠିତ ହେବା ଉଚିତ, କୋଭିଡ-19 ମହାମାରୀର ଫେରିବା ସହ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଇସ୍ତଫା ପରେ ଏକ ନୂତନ ସରକାରଙ୍କ ନୀତି ପରିବର୍ତ୍ତନର ଚିନ୍ତା ମଧ୍ୟରେ ସମସ୍ତ ସନ୍ଦେହ ଦୂର କରିବାକୁ ଚେଷ୍ଟା କରୁଛନ୍ତି ସେଇକୋ।

ଏକ ସାମ୍ବାଦିକ ସମ୍ମିଳନୀରେ ହାସିମୋତୋ କହିଛନ୍ତି ଯେ, ‘‘ଖେଳ ସହ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ମିଳିତ ଭାବରେ ପ୍ରସ୍ତୁତି କରୁଛନ୍ତି, ଏହାସହ ଆଥଲେଟ ମାନେ ମଧ୍ୟ ସମସ୍ତ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରି ଆସନ୍ତା ବର୍ଷ ଅଲମ୍ପିକ ପାଇଁ ପ୍ରସ୍ତୁତ ହେଉଛନ୍ତି ।’’

‘‘ମୁଁ ଭାବୁଛି ଆମକୁ ଯେକୌଣସି ପରିସ୍ଥିତିରେ ଖେଳର ଆୟୋଜନ କରିବାକୁ ହେବ । ମୁଁ ଚାହୁଁଛି ଆମର ସମସ୍ତ ପ୍ରୟାସ କୋରୋନାଭାଇରସ ମୁକାବିଲା ଦିତଗରେ କେନ୍ଦ୍ରୀଭୁତ ହେଉ,’’ ବୋଲି 5 ଥର ଅଲମ୍ପିକ ବିଜେତା କହିଛନ୍ତି ।

ଗତ ବର୍ଷ ବିଦାୟୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଦ୍ବାରା ଅଲିମ୍ପିକ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ହାସିମୋତୋ ସୋମବାର ଦିନ ଆଇଓସି ଉପାଧ୍ୟକ୍ଷ ଜନ୍ କୋଟସଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ।

ଜୁଲାଇ 23 ରେ ‘‘କୋଭିଡ-19 ଥାଉ କିମ୍ବା ନଥାଉ’’ ଖେଳଗୁଡିକ ଯୋଜନା ଅନୁଯାୟୀ ଆରମ୍ଭ ହେବ ବୋଲି ସୋମବାର କୋଟସ କହିଛନ୍ତି । ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଅଲିମ୍ପିକ୍ସ ବାତିଲ ହୋଇନାହିଁ ବୋଲି ମତ ରଖିଥିଲେ ଆଇଓସି ଉପାଧ୍ୟକ୍ଷ ।

ଟୋକିଓ 2020 ଆୟୋଜକ କମିଟି ମୁଖପାତ୍ର ମାସା ଟାକାୟା କହିଛନ୍ତି ଯେ କୋଟ୍ସଙ୍କ ମନ୍ତବ୍ୟରୁ ଜଣାପଡିଛି ଯେ ଖେଳ ଆୟୋଜନ ପାଇଁ ଆଇଓସି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏହାସହ ଟୋକିଓ 2020 ପରିସ୍ଥିତିକୁ ସତର୍କତାର ସହ ତଦାରଖ କରିବ ଏବଂ ଏକ ସୁରକ୍ଷିତ ଖେଳ ଆୟୋଜନକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

‘‘ଆମେ କୌଣସି ପରିସ୍ଥିତି ଉପରେ କଳ୍ପନା କରିବାକୁ ଚାହୁଁନାହୁଁ । ସ୍ଥଗିତ ହେବା କିମ୍ବା ବାତିଲ ହେବାର ସମ୍ଭାବନାକୁ ବିଚାରକୁ ନେଇ ଯଦି କୌଣସି ଆଲୋଚନା ହୁଏ, ତେବେ ଆଇଓସି, ଟୋକିଓ 2020 ଏବଂ ପ୍ରମୁଖ ଅଂଶୀଦାରମାନଙ୍କୁ ସେହି ସମୟରେ କୌଣସି ସମ୍ଭାବ୍ୟ ବିକଳ୍ପ ପାଇଁ ଏକାଠି ବସିବାକୁ ପଡିବ, ’’ ବୋଲି ମାସା ଟାକାୟା କହିଛନ୍ତି ।

ଟୋକିଓ 2020 ସଭାପତି ୟୋଶିରୋ ମୋରି କହିଛନ୍ତି ଯେ ଯଦି କୋଭିଡ-19 ମହାମାରୀ ପୂର୍ବପରି ଜାରି ରହିବ ତେବେ ବିଳମ୍ବିତ ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷ ଅନୁଷ୍ଠିତ ହୋଇପାରିବ ନାହିଁ । ଆସନ୍ତା ବର୍ଷ ଏହା ଅନୁଷ୍ଠିତ ନ ହେଲେ ଖେଳକୁ ବାତିଲ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ମଙ୍ଗଳବାର ଦିନ ଜାପାନରେ ମୋଟ 331 ଟି ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଟୋକିଓରୁ ହିଁ ରହିଛନ୍ତି 170 ଜଣ। ଟୋକିଓ ମହାନଗର ନିଗମ ଏହାର ଚାରି ସ୍ତରୀୟ ସ୍କେଲରେ ସର୍ବୋଚ୍ଚ ସତର୍କତା ସ୍ତର ବଜାୟ ରଖିଛି ।

ସାତ ବର୍ଷ ପୂର୍ବେ ଅଲିମ୍ପିକ ଗେମ୍ସ ଆୟୋଜନ ପାଇଁ ଟୋକିଓକୁ ବିଡ ଜିତିବାରେ ଆବେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆସନ୍ତା ସପ୍ତାହରେ ତାଙ୍କ ଶାସିତ ଲିବରାଲ ଡେମୋକ୍ରାଟିକ ପାର୍ଟି (LDP)ର ଶୀର୍ଷ ପଦବୀ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ତିନିଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ତାଙ୍କ ସ୍ଥାନରେ ଅଧିଷ୍ଠିତ ହେବେ।

@ANI

ABOUT THE AUTHOR

...view details