ଓଡିଶା

odisha

By

Published : Apr 23, 2021, 10:46 PM IST

ETV Bharat / sports

ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌: 11 ପଦକ ସହ, ଭାରତର ଐତିହାସିକ ପ୍ରଦର୍ଶନ

8ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 11 ପଦକ ସହ ପୋଲାଣ୍ଡର କିଏଲସରେ ଚାଲିଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛି ଭାରତ । ଅଧିକ ପଢନ୍ତୁ...

AIBA Youth Men's and Women's World C'ships: Sachin clinches 8th gold as India conclude historic campaign with 11 medals
ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପ୍‌: 11 ପଦକ ସହ, ଭାରତର ଐତିହାସିକ ପ୍ରଦର୍ଶନ

ହାଇଦ୍ରାବାଦ:ୟୁଥ୍‌ ୱାର୍ଲ୍ଡ ବକ୍ସିଂ ଚମ୍ପିଆନସିପରେ ଭାରତର ଐତିହାସିକ ପ୍ରଦର୍ଶନ । 8ଟି ସ୍ବର୍ଣ୍ଣ ପଦକ ସମେତ ମୋଟ 11 ପଦକ ସହ ପୋଲାଣ୍ଡର କିଏଲସରେ ଚାଲିଥିବା ଏହି ସମ୍ମାନଜନକ ପ୍ରତିଯୋଗିତାରେ ଅଭିଯାନ ଶେଷ କରିଛି ଭାରତ । ଶୁକ୍ରବାର ସଚିନଙ୍କ ସ୍ମରଣୀୟ ପ୍ରଦର୍ଶନ ସହ ଭାରତ ପାଇଁ ଅଷ୍ଟମ ସ୍ବର୍ଣ୍ଣ ପଦକ ଜିତିଥିଲେ ।

ଏହି ମେଗା ଇଭେଣ୍ଟ ପାଇଁ 20 ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ପୋଲାଣ୍ଡ ଯାତ୍ରା କରିଥିଲା । ସେଠାରେ ଐତିହାସିକ ପ୍ରଦର୍ଶନ ସହ ବକ୍ସିଂ ଦେଶମାନଙ୍କ ମଧ୍ୟରେ 8ଟି ସ୍ବର୍ଣ୍ଣ ଓ 3ଟି ବ୍ରୋଞ୍ଜ ପଦକ ସହ ସଫଳ ହୋଇଛି । ପୂର୍ବରୁ 2018 ସଂସ୍କରଣରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା 10 ପଦକ ।

ହରିୟାଣାର ଭିବାନୀର ଯୁବ ବକ୍ସର ସଚିନ ପୁରୁଷ 56 କିଲୋଗ୍ରାମ ବର୍ଗରେ ୟେରବୋଲାଟ ସବେରଙ୍କୁ ଫାଇନାଲରେ ହରାଇ ଦମଦାର ପ୍ରଦର୍ଶନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details