ଓଡିଶା

odisha

By

Published : Jun 5, 2020, 5:34 PM IST

ETV Bharat / sports

'ଅର୍ଜୁନ ଆୱାର୍ଡ ପ୍ରଭାବି ପ୍ରଦର୍ଶନ ପାଇଁ ପ୍ରେରଣା ହେବ'

ହକି ଇଣ୍ଡିଆ ପକ୍ଷରୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ଦୁଇ ମହିଳା ହକି ଖେଳାଳି ମୋନିକା ଓ ବନ୍ଦନା କାଟାରିୟା । ଅର୍ଜୁନ ଆୱାର୍ଡ ଅଧିକ ପ୍ରଭାବି ପ୍ରଦର୍ଶନ ପାଇଁ ପ୍ରେରଣା ହେବ ବୋଲି ଉଭୟ କହିଛନ୍ତି ।

Arjun Award nomination will motivate us to perform better: Vandana Katariya, monika
'ଅର୍ଜୁନ ଆୱାର୍ଡ ପ୍ରଭାବି ପ୍ରଦର୍ଶନ ପାଇଁ ପ୍ରେରଣା ହେବ'

ବେଙ୍ଗାଲୁରୁ: ହକି ଇଣ୍ଡିଆ ପକ୍ଷରୁ ଅର୍ଜୁନ ଆୱାର୍ଡ ପାଇଁ ମନୋନୀତ ହୋଇଛନ୍ତି ଦୁଇ ମହିଳା ହକି ଖେଳାଳି ମୋନିକା ଓ ବନ୍ଦନା କାଟାରିୟା । ଅର୍ଜୁନ ଆୱାର୍ଡ ଅଧିକ ପ୍ରଭାବି ପ୍ରଦର୍ଶନ ପାଇଁ ପ୍ରେରଣା ହେବ ବୋଲି ଉଭୟ କହିଛନ୍ତି ।

ଏଥିସହିତ ହକି ଇଣ୍ଡିଆ, ସାଥି ଖେଳାଳି ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଦର୍ଶନର ଶ୍ରେୟ କେବଳ ନିଜର ନୁହେଁ, ସାଥି ଖେଳାଳିଙ୍କର ମଧ୍ୟ ବିଶେଷ ଭୁମିକା ରହିଛି ବୋଲି ବନ୍ଦନା କହିଛନ୍ତି । ଏଥିସହିତ କ୍ୟାପଟେନ ରାନୀଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ଆୱାର୍ଡ ପାଇଁ ମନୋନୀତ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ।

ବର୍ତ୍ତମାନର ଭାରତୀୟ ମହିଳା ଦଳ ବେଶ ସନ୍ତୁଳିତ । ଅଭିଜ୍ଞ ଓ ଯୁବ ଖେଳାଳିଙ୍କ ସମନ୍ବୟ ଦଳରେ ପ୍ରଦର୍ଶନରେ ସକରାତ୍ମକ ପ୍ରଭାବ ଆଣିଛି । ବଡ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ ପାଇଁ ଟିମର ସମସ୍ତ ଦକ୍ଷତା ରହିଥିବା ବନ୍ଦନା କାଟାରିୟା କହିଛନ୍ତି ।

ହକି ଇଣ୍ଡିଆ ପକ୍ଷରୁ ମହିଳା ଟିମ କ୍ୟାପଟେନ ରାନୀ ରାମପାଲ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ପୂର୍ବରୁ ରାନୀ 2016ରେ ଅର୍ଜୁନ ଆୱାର୍ଡ ଓ 2020ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏଥିସହିତ ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ଟିମର ଡିଫେଣ୍ଡର ହରମନପ୍ରିତ ସିଂହଙ୍କୁ ଅର୍ଜୁନ ଆୱାର୍ଡ ପାଇଁ ହକି ଇଣ୍ଡିଆ ମନୋନୀତ ହୋଇଛନ୍ତି ।

ABOUT THE AUTHOR

...view details