ଓଡିଶା

odisha

By

Published : Jun 4, 2020, 9:55 AM IST

Updated : Jun 4, 2020, 11:24 AM IST

ETV Bharat / sports

ପ୍ରିମିୟର ଲିଗ: ଟୋଟେନାହମର ଜଣେ ସଦସ୍ୟ କୋରୋନା ପଜିଟିଭ

ପ୍ରିମିୟର ଲିଗ କ୍ଳବ ଟୋଟେନାହମର ଜଣେ ସଦସ୍ୟଙ୍କ କୋରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି ।

Tottenham confirms 1 positive result in latest Premier League COVID-19 tests
ପ୍ରିମିୟର ଲିଗ: ତୋତେନାହମର ଜଣେ ସଦସ୍ୟ କୋରୋନା ପଜିଟିଭ

ଲଣ୍ଡନ:ପ୍ରିମିୟର ଲିଗ କ୍ଳବ ଟୋଟେନାହମର ଜଣେ ସଦସ୍ୟଙ୍କ କୋରୋନା ଭାଇରସ ଟେଷ୍ଟ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ କ୍ଳବ ପକ୍ଷରୁ ସୂଚନା ଦିଆଯାଇଛି ।

ଜୁନ 1 ଓ 2 ତାରିଖରେ କ୍ଳବର 1197ଜଣ ଖେଳାଳି ଓ କର୍ମଚାରୀଙ୍କ ନମୁନା ଟେଷ୍ଟ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ଜଣଙ୍କର ରିପୋର୍ଟ ପଜିଟିଭ ରହିଥିବା ସ୍ପଷ୍ଟ ହୋଇଛି । ଫଳରେ ରିପୋର୍ଟ ପଜିଟିଭ ଥିବା ସଦସ୍ୟଙ୍କୁ ସେଲ୍ଫ-ଆଇସୋଲେସନରେ ରଖାଯାଇଛି । ତେବେ ସଦସ୍ୟଙ୍କ ନାମ ସାର୍ବଜନୀନ କରିବାକୁ କ୍ଳବ ପକ୍ଷରୁ ବାରଣ କରାଯାଇଛି ।

ପ୍ରିମିୟର ଲିଗ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପର୍ଯ୍ୟାୟ କ୍ରମେ ଅଂଶଗ୍ରହଣକାରୀ ସମସ୍ତ କ୍ଳବର ଖେଳାଳି ଓ କର୍ମଚାରୀଙ୍କ କୋଭିଡ-19 ଟେଷ୍ଟ କରାଯାଉଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଗତ ମାର୍ଚ୍ଚରୁ ପ୍ରିମିୟର ଲିଗ ବାତିଲ ଘୋଷଣା ହୋଇଥିଲା । ତେବେ ଜୁନ 17ରୁ ଖାଲି ଷ୍ଟାଡିୟମରେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ଇଂଲିସ ଫୁଟବଲ ଲିଗ, ପ୍ରିମିୟର ଲିଗ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 4, 2020, 11:24 AM IST

ABOUT THE AUTHOR

...view details