ଓଡିଶା

odisha

By

Published : Jan 5, 2021, 8:27 PM IST

ETV Bharat / sports

ପୂର୍ବତନ ଭାରତୀୟ ଷ୍ଟ୍ରାଇକର ଅଭିଷେକ ଯାଦବ AIFF ଉପମହାସଚିବ ନିଯୁକ୍ତ

40 ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି, ବାଇଚୁଙ୍ଗ ଭୁତିଆ, ସୁନୀଲ ଛେତ୍ରୀ, ମହେଶ ଗୱାଲି ଓ କ୍ଳାଇମାକ୍ସ ଲରେନ୍ସଙ୍କ ସହ ଖେଳିଛନ୍ତି । ଏଥିସହ ଜାନୁଆରୀ 2018 ପର୍ଯ୍ୟନ୍ତ ଜାତୀୟ ଦଳର ନିର୍ଦ୍ଦେଶକ ଭାବେ ମଧ୍ୟ ସେବା କରିଛନ୍ତି । ଅଧିକ ପଢନ୍ତୁ...

ପୂର୍ବତନ ଭାରତୀୟ ଷ୍ଟ୍ରାଇକର ଅଭିଷେକ ଯାଦବ AIFF ଉପମହାସଚିବ ନିଯୁକ୍ତ
ପୂର୍ବତନ ଭାରତୀୟ ଷ୍ଟ୍ରାଇକର ଅଭିଷେକ ଯାଦବ AIFF ଉପମହାସଚିବ ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଷ୍ଟ୍ରାଇକର ଅଭିଷେକ ଯାଦବଙ୍କୁ ନୂଆ ଦାୟିତ୍ବ । ସର୍ବଭାରତୀୟ ଫୁଟବଲ ମହାସଂଘ(AIFF)ର ପ୍ରଥମ ଉପମହାସଚିବ ନିଯୁକ୍ତ ହୋଇଛନ୍ତି ଅଭିଷେକ । କ୍ରୀଡା ସଂଘ ନୂଆକରି ଏହି ପଦ ସୃଷ୍ଟି କରିବାକୁ ନିଷ୍ପତ୍ତି ନେବାପରେ ସେ ପ୍ରଥମ ଉପମହାସଚିବ ହୋଇଛନ୍ତି । ଏହା ବିରଳ ଉଦାହରଣ ମଧ୍ୟରୁ ଗୋଟିଏ, ଯେଉଁଠି ପୂର୍ବତନ ଭାରତୀୟ ଖେଳାଳିଙ୍କୁ କ୍ରୀଡାର ଜାତୀୟ ମହାସଂଘରେ ଉଚ୍ଚ ରାଙ୍କ୍‌ରେ ନିଯୁକ୍ତି ମିଳିଛି ।

40 ବର୍ଷୀୟ ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି, ବାଇଚୁଙ୍ଗ ଭୁତିଆ, ସୁନୀଲ ଛେତ୍ରୀ, ମହେଶ ଗୱାଲି ଓ କ୍ଳାଇମାକ୍ସ ଲରେନ୍ସଙ୍କ ସହ ଖେଳିଛନ୍ତି । ଏଥିସହ ଜାନୁଆରୀ 2018 ପର୍ଯ୍ୟନ୍ତ ଜାତୀୟ ଦଳର ନିର୍ଦ୍ଦେଶକ ଭାବେ ମଧ୍ୟ ସେବା କରିଛନ୍ତି । ଅଭିଷେକ ଏଯାବତ ନିଜ କାର୍ଯ୍ୟରେ ପ୍ରଭାବିତ କରିଛନ୍ତି, ବ୍ୟକ୍ତିଗତ ସ୍ତରରେ ଜଣେ ପ୍ରଶାସକ ଭାବେ ତାଙ୍କର କାର୍ଯ୍ୟଶୈଳୀ ପ୍ରଶଂସନୀୟ । ଏହା କହିଛନ୍ତି ସର୍ବଭାରତୀୟ ଫୁଟବଲ ମହାସଂଘର ସଭାପତି ପ୍ରଫୁଲ୍ଲ ପଟେଲ ।

ଦେବେ ନୂଆ ପଦ ନୂଆ ଦାୟିତ୍ବ ବୋଲି କହିଛନ୍ତି ଅଭିଷେକ ଯାଦବ । ଭାରତୀୟ ଫୁଟବଲର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସୁଯୋଗ ମିଳିଥିବାରୁ, ସଭାପତି ଓ ସମ୍ପାଦକ କୁଶାଲ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯାଦବ । ଯାଦବ, ଭାରତୀୟ 17 ବର୍ଷରୁ କମ ବିଶ୍ବକପ ଦଳର ମୁଖ୍ୟ ପରିଚାଳନା ଅଫିସର(COO) ଭାବେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ଏଥିସହ 16 ବର୍ଷରୁ କମ ଓ 17 ବର୍ଷରୁ କମ ଭାରତୀୟ ଦଳରୁ ଦକ୍ଷ ଖେଳାଳିଙ୍କୁ ଚୟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଏଥିସହ ତାଙ୍କର ଭାରତୀୟ ଫୁଟବଲରେ ସଫଳତମ ଫୁଟବଲ କ୍ୟାରିୟର ରହିଛି । ମହିନ୍ଦ୍ରା ୟୁନାଇଟେଡ, ଚର୍ଚ୍ଚିଲ ବ୍ରଦର୍ସ ଓ ମୁମ୍ବାଇ ଏଫସି ପକ୍ଷରୁ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି । ତେବେ ବର୍ଷ 2002 LG କପ୍‌ରେ ଡେବ୍ୟୁ ମ୍ୟାଚରେ ଚମତ୍କାର ଗୋଲ୍ କରିବା ସହ ଭାରତକୁ ଫାଇନାଲରେ ଭିଏତନାମ ବିପକ୍ଷରେ ବିଜୟୀ କରାଇଥିଲେ । ଏହି ଷ୍ଟ୍ରାଇକ ଦ୍ବାରା ବିଦେଶ ମାଟିରେ ଭାରତୀୟ ଫୁଟବଲର 28 ବର୍ଷର ବଡ ଟ୍ରଫି ଜିତିବାର ପ୍ରତୀକ୍ଷା ଶେଷ ହୋଇଥିଲା । 2011 ଏସିଆନ କପରେ ଭାରତୀୟ ଦଳରେ ସଦସ୍ୟ ମଧ୍ୟ ରହିଥିଲେ ଅଭିଷେକ ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details