ନୂଆଦିଲ୍ଲୀ: ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ଝଟକା ଲାଗିଛି । ଏସିଆ କପରୁ ବାଦ ପଡିପାରନ୍ତି ଭାରତୀୟ ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟର । ପିଠି ଯନ୍ତ୍ରଣାରୁ ସୁସ୍ଥ ହୋଇନଥିବାକୁ ସେ ଆସନ୍ତା ଏସିଆ ଖେଳିବା ନେଇ ଅଶାଙ୍କା ଉପୁଜିଛି । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନସିଏରେ ଫିଟନେସ ପ୍ରସ୍ତୁତି ଚଳାଇଛନ୍ତି ଭାରତୀୟ ମଧ୍ୟକ୍ରମ ବ୍ଯାଟର ଆୟର । ଏ ଯାଏଁ ସେ ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି । ଅସ୍ତ୍ରୋପଚାର ପରେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି ।
ସମ୍ପୂର୍ଣ୍ଣ ଫିଟ ହୋଇନାହାନ୍ତି ଆୟାର । ଅସ୍ତ୍ରୋପଚାର ପରେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡିଛି । ଗତ ଏପ୍ରିଲ ମାସରେ ସେ ଲଣ୍ଡନର ଏକ ହସ୍ପିଟାଲରେ ପିଠିର ଅସ୍ତ୍ରୋପଚାର କରିଥିଲେ । ପିଠି ସମସ୍ୟା ଏବେ ବି ତାଙ୍କ ପାଇଁ ବାଧକ ସାଜିଛି । ଅସ୍ତ୍ରୋପଚାର ପରେ ସେ ସୁସ୍ଥ ହୋଇଯିବା ଆଶା ରଖିଥିଲେ ମାତ୍ର ତାହା ହୋଇନାହିଁ । ଏବେ ବି ସେ ପିଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ସୁସ୍ଥ ହେବାକୁ ଶ୍ରେୟାସଙ୍କୁ ଆଉ କିଛି ସମୟ ଲାଗିପାରେ । ଏସିଆ କପ ପୂର୍ବରୁ ଯଦି ସେ ସମୂର୍ଣ୍ଣ ସୁସ୍ଥ ନ ହୁଅନ୍ତୁ ତେବେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇପାରେ । ଦିନିକିଆ ବିଶ୍ବକପ ପୂର୍ବରୁ ସେ ଫିଟି ହେବା ସମ୍ଭାବନା ରହିଛି । ଅଗଷ୍ଟରୁ ସେପ୍ଚେମ୍ବର ମଧ୍ୟରେ ଏସିଆ କପ ଖେଳାଯିବା ନେଇ କ୍ରୀଡାସୂଚୀ ରହିଛି । ବିଶ୍ବକପକୁ ଆହୁରି 5 ମାସ ରହିଛି । ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଦିନିିକିଆ ବିଶ୍ବକପ ଖେଳାଯିବ ।