ନୂଆଦିଲ୍ଲୀ:ବର୍ଷ ୨୦୨୨ରେ ପ୍ରଥମ ଅନ୍ତର୍ଜାତୀୟ ଶତକ(1st international hundred in 2022) ହାସଲ କରିବାରେ ନ୍ୟୁଜିଲାଣ୍ଡ ବ୍ୟାଟ୍ର ଡେଭନ କନୱେ ପ୍ରଥମ ଖେଳାଳି ହୋଇଛନ୍ତି । ଶନିବାର ନୂଆବର୍ଷର ପ୍ରଥମ ଦିନରେ ସେ ମୋଉଣ୍ଟ ମୋଉଙ୍ଗାନୁଇର ବା ଓଭାଲରେ ଖେଳାଯାଉଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇଂନିସ ଖେଳିଛନ୍ତି ।
SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍
ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ନିଜ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ ହାସଲ କରିଛନ୍ତି କନୱେ । ବାଂଲାଦେଶ କ୍ୟାପଟେନ ମୋମିନୁଲ ହକ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ପରେ କୱଲେ ଭ୍ରମଣକାରୀ ଟିମର ବୋଲରଙ୍କୁ ଉଚିତ୍ ମୁକାବିଲା କରିବା ସହ ୨୨୭ ବଲ୍ରୁ ୧୨୨ ରନ୍ର ଇଂନିସ ଖେଳିଛନ୍ତି ।