ଓଡିଶା

odisha

By

Published : Apr 28, 2023, 1:48 PM IST

ETV Bharat / sports

IPL 2023: ଆଜି ଧାୱନ-ରାହୁଲ ଫାଇଟ, ପଞ୍ଚମ ବିଜୟ ଲକ୍ଷ୍ୟରେ ଦୁଇଦଳ

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି 38ତମ ମୁକାବିଲା ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

punjab kings vs Lucknow Super Giants
IPL 2023

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଏଯାବତ 37ଟି ମ୍ୟାଚ ଖେଳା ସରିଲାଣି । ବିଜୟ ହାସଲ ପାଇଁ ଦଳ ମଧ୍ୟରେ ଜୋରଦାର ଲଢେଇ ହୋଇଛି । ଆଜି ଚଳିତ ସଂସ୍କରଣର 38ତମ ମୁକାବିଲା ଖେଳାଯିବ । ଏହି ମୁକାବିଲାରେ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ । ପଞ୍ଜାବ ତାର ଘରୋଇ ଗ୍ରାଉଣ୍ଡରେ ଖେଳିବ । ଘରୋଇ ମାଟିରେ ଲକ୍ଷ୍ନୌକୁ ପରାସ୍ତ କରି ଚଳିତ ସିଜନରେ ପଞ୍ଜମ ବିଜୟ ଲକ୍ଷ୍ୟରେ ରହିଛି ପଞ୍ଜାବ । ସେହିପରି ପଞ୍ଜାବକୁ ତାର ଘରୋଇ ମାଟିରେ ମାତ ଦେଇ ସିଜନର ପଞ୍ଚମ ବିଜୟ ଲକ୍ଷ୍ୟରେ ରହିଛି କେଏଲ ରାହୁଲଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ।

PBKS vs LSG :ଚଳିତ ସଂସ୍କରଣରେ ଦୁଇ ଦଳ 7ଟି ଲେଖାଏ ମ୍ୟାଚ ଖେଳି ସାରିଛନ୍ତି । 4ଟି ବିଜୟ ହାସଲ କରି 3ଟିରେ ପରାସ୍ତ ହୋଇଛନ୍ତି । ଆଜି ପଞ୍ଚମ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ ଦୁଇ ଦଳ । ରନ ରେଟ ଆଧାରରେ ଲକ୍ଷ୍ନୌ 8 ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ଓ ପଞ୍ଜାବ ଷଷ୍ଠ ସ୍ଥାନରେ ରହିଛି । ପଞ୍ଜାବ 5 ଦିନ ବିଶ୍ରାମ ପରେ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ । ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ପଞ୍ଜାବ । ବିଜୟ ସହ ବିଶ୍ରାମ ଦଳର ପ୍ରତି ଖେଳାଳିଙ୍କ ମନୋବଳ ବଢାଇଛି । ଆହତ ପାଇଁ ପୂର୍ବ ଦୁଇ ମ୍ୟାଚ ଖେଳି ନଥିଲା ଶିଖର ଧାୱନ ଆଜି ଦଳକୁ ଫେରିବେ । ପେସ ବୋଲର ଅର୍ଶଦୀପଙ୍କ ଉପରେ ନଜର ରହିବ । ମୁମ୍ବାଇ ବିପକ୍ଷରେ ତାଙ୍କ ବୋଲିଂକୁ ଏବେ ବି ଭୁଲି ନାହାନ୍ତି କ୍ରିକେଟ ପ୍ରେମୀ ।

ସୁପର ଜାଏଣ୍ଟସ ତାର ଶେଷ ମୁକାବିଲାରେ ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟଠୁ ପରାସ୍ତ ହୋଇଥିଲା । ଆଜି ଦଳ ବିଜୟ ସ୍ବପ୍ନ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଦଳରେ ବ୍ୟାଟିଂ ସମସ୍ୟା ରହିଛି । ଏହି ତ୍ରୁଟିକୁ ସୁଧାରିବାକୁ ହେବ । ଉଭୟ ଦଳ ଗତ 15 ତାରିଖରେ ପରସ୍ପରକୁ ଭେଟିଥିଲେ । ଏଥିରେ ପଞ୍ଜାବ 2 ୱିକେଟରେ ଜିତିଥିଲା । ଆଜି ପଞ୍ଜାବକୁ ହରାଇ ପୂର୍ବ ପରାଜୟ ପ୍ରତିଶୋଧ ନେବା ଲକ୍ଷ୍ୟରେ ଲକ୍ଷ୍ନୌ । ଆଜିର ମୁକାବିଲା ପାଇଁ ଦୁଇ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ଏହା ବି ପଢନ୍ତୁ...IPL 2023 RR vs CSK: 170ରେ ଅଟକିଲା ଚେନ୍ନାଇ, 32 ରନରେ ବିଜୟ ହାତେଇଲା ରାଜସ୍ଥାନ

ଏହା ବି ପଢନ୍ତୁ...BCCI Women Annual Contract: ଗ୍ରେଡ-ଏରେ ହର୍ମନପ୍ରୀତ, ସ୍ମୃତି ଓ ଦୀପ୍ତି

PBKS ସମ୍ଭାବ୍ୟ ଏକାଦଶ:ଶିଖର ଧାୱନ, ପ୍ରଭସିମରନ ସିଂହ, ମାଥ୍ୟୁ ସର୍ଟ/ଲାଏମ ଲିଭିଙ୍ଗଷ୍ଟୋନ, ହରପ୍ରୀତ ସିଂହ, ସିକନ୍ଦର ରାଜା, ଭିତେଶ ଶର୍ମା, ସାମ କୁରାନ, ଶାହରୁଖ ଖାନ, ହରପ୍ରୀତ ବ୍ରାର, କାଗିସୋ ରାବାଡା, ରାହୁଲ ଚହର ।

LSG ସମ୍ଭାବ୍ୟ ଏକାଦଶ:କେ ଏଲ ରାହୁଲ, କେଲି ମେୟର୍ସ, ଦୀପକ ହୁଡା, କୃନାଲ ପାଣ୍ଡ୍ୟା, ନିକୋଲାସ ପୂରନ, ମାର୍କସ ଷ୍ଟଇନିସ, ଆୟୁଷ ବଦୋନୀ, କେ ଗୋଥମ, ରବି ବିଷ୍ଣୋଇ, ଆଭେଷ ଖାନ, ମାର୍କ ଉଡ ।

ABOUT THE AUTHOR

...view details