ଓଡିଶା

odisha

By

Published : Apr 15, 2022, 8:49 AM IST

ETV Bharat / sports

IPL2022: ଆଜି KKR-SRH ମୁକାବିଲା

ଚଳିତ ଆଇପିଏଲରେ ଆଜି (ଶୁକ୍ରବାର)25 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି KKR - SRH ମୁକାବିଲା
ଆଜି KKR - SRH ମୁକାବିଲା

ମୁମ୍ବାଇ:ଚଳିତ ଆଇପିଏଲରେ ଆଜି (ଶୁକ୍ରବାର)25 ତମ ଲିଗ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ କୋଲକାତା ନାଇଟରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଲଗାତାର 2ଟି ମ୍ୟାଚ ଜିତିବାପରେ ଦୃଢ ମନୋବଳରେ ରହିଛି ହାଇଦ୍ରାବାଦ । ଆଜି ବିଜୟଧାରାକୁ ବଜାୟ ରଖିବାକୁ କେନ ୱିଲିୟମସନଙ୍କ ଦଳ ଲକ୍ଷ୍ୟ ରଖିଛି । ସେପଟେ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଥିବା ନାଇଟରାଇଡର୍ସ ଆଜିର ମ୍ୟାଚ ଜିତିବାକୁ ସବୁ ପ୍ରକାର ଚେଷ୍ଟା କରିବ ।

ମୋଟ 5ଟି ମ୍ୟାଚରୁ କୋଲକାତା 3ଟି ଜିତିଛି । 4 ଦିନର ବିଶ୍ରାମ ପରେ ଆଜି ସନରାଇଜର୍ସକୁ ହରାଇ ଭଲ ସ୍ଥିତିରେ ରହିବାକୁ ଚେଷ୍ଟା କରିବେ ଶ୍ରେୟସ ସେନା । ଦିଲ୍ଲୀ ବିପକ୍ଷ ପରାଜୟକୁ ଭୁଲି ପୁଣି ଲକ୍ଷ୍ୟକୁ ଫେରିବାକୁ ଚେଷ୍ଟା କରିବ ଦଳ । ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଭେଟେରାନ ଅଜିଙ୍କ୍ୟ ରାହାଣେଙ୍କ ବ୍ୟାଟରୁ ଉପଯୋଗୀ ଇନିଂସ ଆଶା କରାଯାଉଛି । ଦଳରେ ବୋଲିଂ ବିଭାଗ ବେଶ ସୁଦୃଢ ରହିଛି । ବ୍ୟାଟରମାନେ ସଫଳ ହେଲେ ନାଇଟ ରାଇଡର୍ସ ବିଜୟକୁ ଫେରିପାରିବେ ।

ସେପଟେ ଆଜିର ମ୍ୟାଚକୁ ଜିତିବାକୁ ସବୁ ଶକ୍ତି ଖଟାଇବ ସନରାଇଜର୍ସ । ଶୃଙ୍ଖଳିତ ବୋଲିଂ ଆଧାରରେ ଦଳ ବିପର୍ଯ୍ୟୟ ଘଟାଇବାକୁ ଚେଷ୍ଟା କରିବ । ହାଇଦ୍ରାବାଦ ଏବେ ସୁଦ୍ଧା 4ଟି ମ୍ୟାଚରେ 2ଟି ଜିତିଛି । ଭୁବନେଶ୍ବର କୁମାର ଫର୍ମକୁ ଫେରିବା ଦଳ ପାଇଁ ଶୁଭ ସଙ୍କେତ ହେବ । ଆଜିର ମ୍ୟାଚକୁ ଦଳ ଜିତିବାକୁ ଲକ୍ଷ୍ୟ ରଖିଛି । ୨୧ତମ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିଲା । ଗୁଜୁରାଟକୁ 8 ୱିକେଟରେ ହରାଇଥିଲା ।

ABOUT THE AUTHOR

...view details