ଓଡିଶା

odisha

By

Published : Apr 30, 2021, 5:21 PM IST

ETV Bharat / sports

ଆଇପିଏଲ ପଏଣ୍ଟ ତାଲିକା: ଦ୍ବିତୀୟରେ ଦିଲ୍ଲୀ, ଚତୁର୍ଥରେ ସ୍ଥିର ମୁମ୍ବାଇ

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ 7 ୱିକେଟରେ ବିଜୟ ମିଳିବା ପରେ, ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ । ଅଧିକ ପଢନ୍ତୁ...

IPL table: DC move up to second spot, MI remain 4th
ଆଇପିଏଲ ପଏଣ୍ଟ ତାଲିକା: ଦ୍ବିତୀୟରେ ଦିଲ୍ଲୀ, ଚତୁର୍ଥରେ ସ୍ଥିର ମୁମ୍ବାଇ

ଅହମ୍ମଦାବାଦ:ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଗୁରୁବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ 7 ୱିକେଟରେ ବିଜୟ ମିଳିବା ପରେ ଦ୍ବିତୀୟ ସ୍ଥାନକୁ ଲମ୍ଫମାରିଛି ଦିଲ୍ଲୀ ।

ଏହି ବିଜୟ ଫଳରେ ଦିଲ୍ଲୀର ପଏଣ୍ଟ ସଂଖ୍ୟା 10ରେ ପହଞ୍ଚିଛି । ପ୍ରଥମ ସ୍ଥାନରେ ଥିବା ଚେନ୍ନାଇ ସୁପର କିଙ୍ଗ୍ସ ଓ ତୃତୀୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ସମାନ 10 ପଏଣ୍ଟ ରହିଛି । ତେବେ ଦିଲ୍ଲୀର ନେଟ୍‌ ରନ୍‌ ରେଟ +0.4666 ରହିଛି, ଯାହାକି ଆରସିବିର +.089 ଠାରୁ ଅଧିକ କିନ୍ତୁ ସିଏସକେର +1.475 ଠାରୁ କମ୍‌ । ତେବେ ଏପ୍ରିଲ 30 ଅର୍ଥାତ(ଶୁକ୍ରବାର) ସନ୍ଧ୍ୟାରେ ପଞ୍ଜାବ କିଙ୍ଗସ ସହ ଆରସିବିର ମୁକାବିଲା ରହିଛି । ଆରସିବି ବିଜୟୀ ହୋଇପାରିଲେ ଶୀର୍ଷ ସ୍ଥାନକୁ ଫେରିବ ।

ଅନ୍ୟପଟେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ 6 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି । ଗୁରୁବାର ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ହରାଇଥିଲା ମୁମ୍ବାଇ ।

ରାଜସ୍ଥାନ ରୟାଲ୍ସ ତାଲିକାର ସପ୍ତମ ସ୍ଥାନରେ ରହିଛି ଓ ଅଷ୍ଟମ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦ ରହିଛି । କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ସମାନ 4 ପଏଣ୍ଟ ସହ ନେଟ୍‌ ରନ୍‌ ରେଟ ଆଧାରରେ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details