ଓଡିଶା

odisha

By

Published : May 15, 2022, 10:11 AM IST

ETV Bharat / sports

IPL 2022: କୋଲକାତାର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ, ହାରିଲା ହାଇଦ୍ରାବାଦ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 61ତମ ମ୍ୟାଚରେ ଜବରଦସ୍ତ ବିଜୟ ହାଇସ କରିଛି ଶ୍ରେୟାସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ନାଇଟ ରାଇଡର୍ସ(KKR) । ଆନ୍ଦ୍ର ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ କୋଲକାତା କବଜାକୁ ଯାଇଛି ମ୍ୟାଚ । ଅଧିକ ପଢନ୍ତୁ

ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ, 54 ରନରେ ହାରିଲା ହାଇଦ୍ରାବାଦ
ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ, 54 ରନରେ ହାରିଲା ହାଇଦ୍ରାବାଦ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 61ତମ ମ୍ୟାଚରେ ଜବରଦସ୍ତ ବିଜୟ ହାଇସ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କୋଲକାତା ନାଇଟ ରାଇଡର୍ସ । ଆନ୍ଦ୍ର ରସେଲଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ କୋଲକାତା କବଜାକୁ ଯାଇଛି ମ୍ୟାଚ । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (MCA) ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ହାଇଦ୍ରାବାଦକୁ 54ରନରେ ପରାସ୍ତ କରିଛି କୋଲକାତା । ଫଳରେ KKRର ପ୍ଲେ-ଅଫ ଆଶା ଉଜ୍ଜୀବିତ ରହିଛି । 49 ରନର ଅପରାଜିତ ଇନିଂସ ସହ 3ଟି ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ରସେଲ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ କୋଲକାତା ଅଧିନାୟକ ଶ୍ରେୟସ ଆୟର । ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । 6 ବଲରେ 7 ରନ କରି ପାଭିଲିୟନ ଫେରି ଯାଇଥିଲେ ଭେଙ୍କେଟଶ ଆୟର । ଏହାପରେ ଅଜିଙ୍କ୍ୟ ରାହାଣେ ଏବଂ ନୀତିଶ ରାଣା ସତର୍କତାର ସହ ପାଳି ଆରମ୍ଭ କରିଥିଲେ । ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରି ଉମରାନ ମଲିକଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ଅଧିନାୟକ ଶ୍ରେୟାସ ଆୟର 15 ରନ କରି ଉମରାନ ମଲିକ ଏବଂ ସାମ ବିଲିଙ୍ଗ୍ସ ୩୪ ରନ କରି ଭୁବନେଶ୍ବର କୁମାରଙ୍କ ଶିକାର ହୋଇଥିଲେ । ମାତ୍ର ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ଶକ୍ତିଶାଳୀ ବ୍ୟାଟିଂ ଆରମ୍ଭ କରିଥିଲେ । ଧୂଆଁଧାର ବ୍ୟାଟିଂ ବଳରେ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ ରସେଲ । ଏଥିରେ 4ଟି ଛକା ଏବଂ 3ଟି ଚୌକା ରହିଥିଲା । ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ ହରାଇ 177 ରନ୍ ସଂଗ୍ରହ କରିଥିଲା କୋଲକାତା । ହାଇଦ୍ରାବାଦ ସମ୍ମୁଖରେ 178 ରନର ବିଜୟ ଲକ୍ଷ୍ୟ ରହିଥିଲା । ସେପଟେ ହାଇଦ୍ରାବାଦ ପକ୍ଷରୁ ଉମରାନ ମଲିକ ସର୍ବାଧିକ ୩ଟି ଓ୍ବିକେଟ ନେଇ ଥିବାବେଳେ ମାର୍କୋ ଜନସନ, ଭୁବନେଶ୍ବର କୁମାର ଏବଂ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଏହା ବି ପଢନ୍ତୁ... ଆଉ ନାହାନ୍ତି ଅଷ୍ଟ୍ରେଲିଆ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡ୍‌ସ, କ୍ରିକେଟ ଜଗତ ସ୍ତବ୍ଦ

178 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲେ ସନରାଇଜର୍ସର ଦୁଇ ଓପନର ଅଭିଶେକ ଶର୍ମା ଓ କେନ ୱିଲିୟମସନ । ଉଭୟଙ୍କ ମଧ୍ୟରେ 30 ରନର ଭାଗିଦାରୀ ହୋଇଥିଲା । ବ୍ୟକ୍ତିଗତ 9 ରନ କରି ଆଉଟ ହୋଇଥିଲେ ୱିଲିୟମସନ । ପରେ ପରେ ରାହୁଲ ତ୍ରିପାଠୀ 9 ରନ କରି ପାଭିଲୟନ ଫେରିଥିଲେ । ଓପନର ଅଭିଷେକ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ 72ରେ ପହଞ୍ଚାଇଥିଲେ । 28 ବଲରୁ 43 ରନ କରି ଆଉଟ ହୋଇଥିଲେ ଅଭିଷେକ । ଏହା ପରେ ହାଇଦ୍ରାବାଦ ଲୟ ହରାଇଥିଲା । ଆଉ କୌଣସି ବ୍ୟାଟ୍ସମ୍ୟାନ କ୍ରିଜରେ ତିଷ୍ଠି ପାରି ନଥିଲେ । ଏଡେନ ମାର୍କରମ 32, ନିକୋଲାସ ପୂରନ 2, ୱାଶିଂଟନ ସୁନ୍ଦର 4 ଓ ମାର୍କୋ ଜାନସେନ 1 ଓ ଶାଶାଙ୍କ ସିଂହ11 ରନ କରି ଆଉଟ ହୋଇଥିଲେ । 8 ୱିକେଟ ହରାଇ ଦଳର ରନ ଗାଡି 123 ରନରେ ଅଟକି ଯାଇଥିଲା । ଭୁବନେଶ୍ବର କୁମାର(3) ଓ ଉମ୍ରାନ ମଲିକ (3) ଅପରାଜିତ ରହି ଦଳୀୟ ସ୍କୋରକୁ 123ରେ ପହଞ୍ଚାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details