ଓଡିଶା

odisha

By

Published : Oct 16, 2021, 6:57 PM IST

ETV Bharat / sports

ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରୀ: ଆଝାର ମହମ୍ମୁଦ

ଟି-୨୦ ବିଶ୍ବକପକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଢୁଛି ଉତ୍ସାହ । ଅଧିକ ପଢନ୍ତୁ...

India will have the edge in clash with Pakistan: Azhar Mahmood
ପାକିସ୍ତାନ ବିପକ୍ଷରେ ଭାରତର ପଲ୍ଲା ଭାରୀ: ଆଝାର ମହମ୍ମୁଦ

ଦୁବାଇ: ଟି-୨୦ ବିଶ୍ବକପକୁ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଢୁଛି ଉତ୍ସାହ । ପୂର୍ବତନ କ୍ରିକେଟର, କ୍ରିକେଟ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଦୁଇ ଦେଶର ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମ୍ୟାଚ୍‌କୁ ନେଇ ଉତ୍ସାହିତ ଥିବାବେଳେ ବିଜେତା ପୂର୍ବାନୁମାନ କରିବାରେ ଲାଗିଛନ୍ତି । ଏପରିକି ପାକିସ୍ତାନ ଟିମର କ୍ୟାପଟେନ ମଧ୍ୟ ଟିମର ବିଜୟ ନେଇ ପୂର୍ବାନୁମାନ କରିଛନ୍ତି । ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ରହିଥିବାରୁ ଉତ୍କଣ୍ଠା ବଢିବାରେ ଲାଗିଛି ।

ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ଆଝାର ମହମ୍ମୁଦ ଏହି କ୍ରମରେ ସାମିଲ ହୋଇଛନ୍ତି । ସ୍ପଷ୍ଟ ଭାବେ ଟ୍ରଫି ବିଜେତା ଦାବିଦାର କୌଣସ ଟିମକୁ କହିନଥିବାବେଳେ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତର ପଲ୍ଲା ଭାରୀ ଥିବା କହିଛନ୍ତି ଏହି ପୂର୍ବତନ ପାକ୍‌ ଅଲରାଉଣ୍ଡର୍‌ । ଭାରତ-ପାକିସ୍ତାନ ମ୍ୟାଚ୍‌ ସର୍ବଦା ସ୍ବତନ୍ତ୍ର ସହ ପ୍ରତିନ୍ଦ୍ବନ୍ଦ୍ବିତାପୂର୍ଣ୍ଣ ଓ ଚାପଯୁକ୍ତ ହୋଇଥାଏ କହିଛନ୍ତି ଆଝାର ।

ସେ ଆହୁରି ମଧ୍ୟ କହିଛନ୍ତି, ନିକଟରେ ଭାରତୀୟ ଟି-୨୦ ବିଶ୍ବକପରେ ଥିବା ଖେଳାଳିମାନେ ଆଇପିଏଲ ଖେଳିଥିବାରୁ ପିଚ୍‌ ଓ ପରିବେଶର ଫାଇଦା ଉଠାଇପାରନ୍ତି ।

ଅକ୍ଟୋବର ୧୭ରୁ ICC ଟି-୨୦ ବିଶ୍ବକପ UAE ଓ ଓମାନରେ ଆରମ୍ଭ ହେବାକୁ ଯାଉଛି ।

ICC ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡ ରହିଛି । ମୋଟ ୧୭ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ବିଜୟୀ ହୋଇଛି ପାକିସ୍ତାନ ଓ ଏହି ୩ଟି ମ୍ୟାଚ୍‌ ପାକିସ୍ତାନକୁ ଚମ୍ପିଆନ୍ସ ଟ୍ରଫିରେ ମିଳିଛି । ଶେଷ ଥର ପାଇଁ ୨୦୧୭ ICC ଚମ୍ପିଆନ୍ସ ଟ୍ରଫି ଫାଇନାଲ୍‌ରେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା ପାକିସ୍ତାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details