ଓଡିଶା

odisha

By

Published : Feb 4, 2021, 10:39 PM IST

ETV Bharat / sports

ନିର୍ବନ୍ଧ ଘୋଷଣା କଲେ କ୍ରିକେଟର ରାହୁଲ ତେୱାତିଆ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଷ୍ଟାର ରାହୁଲ ତେୱାତିଆ । ଅଧିକ ପଢନ୍ତୁ...

Rajastan royals star player rahul tewatia announced engagement
ନିର୍ବନ୍ଧ ଘୋଷଣା କଲେ କ୍ରିକେଟର ରାହୁଲ ତେୱାତିଆ

ନୂଆଦିଲ୍ଲୀ:ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଷ୍ଟାର ରାହୁଲ ତେୱାତିଆ । ଗୁରୁବାର ନିର୍ବନ୍ଧ ଶେଷ ହୋଇଥିବା ନେଇ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ତେୱାତିଆ । ଫେବ୍ରୁଆରୀ 3ରେ ନିଜର ହୋମଟାଉନ ହରିୟାଣାରେ ଭାବିପତ୍ନୀ ରିଧିଙ୍କ ସହ ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧ ସମୟର କିଛି ଫଟୋ ମଧ୍ୟ ସେ ଟ୍ବିଟ କରିଛନ୍ତି ।

ରାହୁଲ ତେୱାତିଆ ଇଣ୍ଡିଆନ ପ୍ରିମିୟର ଲିଗର 2020 ସଂସ୍କରଣରେ ଚର୍ଚ୍ଚିତ ନାମ ରହିଥିଲେ । ତେୱାତିଆଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ସାଥୀ ଖେଳାଳି ଜୟନ୍ତ ଯାଦବ, ନୀତିଶ ରାଣା ଯୋଗଦେଇଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ଷ୍ଟାର ତଥା କ୍ରିକେଟର ସୁରେଶ ରାଇନା ତେୱାତିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details