ଓଡିଶା

odisha

By

Published : Aug 16, 2020, 8:37 PM IST

ETV Bharat / sports

ସ୍ମୃତିରେ କ୍ୟାପଟେନ ମିତାଲି ରାଜଙ୍କ ଟେଷ୍ଟ ଦ୍ବିଶତକ

ମିତାଲି 598 ମିନିଟ କ୍ରିଜରେ ରହିବା ସହ,407 ବଲରୁ ସାମ୍ନାକରି 19 ଚୌକା ସହାୟତାରେ ଏହି ଦ୍ବିଶତକୀୟ ଇଂନିସ ଖେଳିଥିଲେ ।

On this day: Mithali Raj became first Indian women's player to score Test double century
ସ୍ମୁତିରେ କ୍ୟାପଟେନ ମିତାଲି ରାଜଙ୍କ ଟେଷ୍ଟ ଦ୍ବିଶତକ

ନୂଆଦିଲ୍ଲୀ: ଆଜି ଦିନରେ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ, ପ୍ରଥମ ମହିଳା କ୍ରିକେଟର ଭାବେ କ୍ରିକେଟର ଲମ୍ବା ଫର୍ମାଟରେ ମାରାଥନ ଦ୍ବିଶତକ ହାସଲ କରିଥିଲେ । ଇଂଲଣ୍ଡ ବିପକ୍ଷରେ ମିତାଲି 214 ରନର ଦମଦାର ଇଂନିସ ଖେଳିଥିଲେ । ଏହି ସ୍କୋର ମହିଳା ଟେଷ୍ଟ କ୍ରିକେଟରେ ସର୍ବାଧିକ ସ୍କୋର ହୋଇଥିଲା । ତେବେ ଆଜିର ଦିନରେ ଏହି ସ୍କୋର ମହିଳା ଟେଷ୍ଟ କ୍ରିକେଟର ଦ୍ବିତୀୟ ସର୍ବାଧିକ ।

ମିତାଲି 598 ମିନିଟ କ୍ରିଜରେ ରହିବା ସହ,407 ବଲରୁ ସାମ୍ନାକରି 19 ଚୌକା ସହାୟତାରେ ଏହି ଦ୍ବିଶତକୀୟ ଇଂନିସ ଖେଳିଥିଲେ । ସେହି ସମୟରେ ମାତ୍ର 15 ବର୍ଷର ଥିଲେ ମିତାଲି । ଇଂଲଣ୍ଡ ଓ ଆୟରଲାଣ୍ଡ ଗସ୍ତରେ ମତ୍ର କିଛି ଦିନ ପୂର୍ବରୁ ସେ ଟେଷ୍ଟ ଡେବ୍ୟୁ କରିଥିଲେ ।

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । 329 ରନରେ ଘରୋଇ ଦଳର ପ୍ରଥମ ଇଂନିସ ଶେଷ ହୋଇଥିଲା । ପରେ ଭାରତ ପକ୍ଷରୁ ମିତାଲି ରାଜ ଓ ହେମଲତା କଲାଙ୍କ ମଧ୍ୟରେ 4ର୍ଥ ୱିକେଟ ଯୋଡିରେ 144 ରନର ପାର୍ଟନରସିପ ହୋଇଥିଲା । ମାତ୍ର 62 ରନ କରି କଲା ରନ ଆଉଟ ହୋଇଥିଲେ । ଭାରତର ସ୍କୋର 297/6ରେ ପହଞ୍ଚିଥିଲା । ମାତ୍ର ଶେଷ ଭାଗରେ ଝୁଲଣ ଗୋସ୍ବାମୀଙ୍କ ମିଶି ମିତାଲି 7ମ ୱିକେଟ ଯୋଡିରେ 157 ରନର ଅନ୍ୟଏକ ପାର୍ଟନରସିପ କରିଥିଲେ । ପରେ ମିତାଲି ନିଜର 200ଶତକ ପୂରଣ କରିଥିଲେ ।

ଭାରତୀୟ ଦଳ 497 ରନରେ ଅଲଆଉଟ ହୋଇଥିଲା । ପ୍ରଥମ ଇଂନିସରେ 138 ରନର ଅଗ୍ରଣୀ ଲାଭ କରିଥିଲା । ପରେ ମ୍ୟାଚ ଡ୍ର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details