ଓଡିଶା

odisha

By

Published : Sep 15, 2019, 11:23 PM IST

ETV Bharat / sports

ଓସିଏ ନିର୍ବାଚନ: ଲାଗିଲା ଆଦର୍ଶ ଆଚରଣ ବିଧି, ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ଓସିଏ ନିର୍ବାଚନରେ ଲାଗିଲା ଆଦର୍ଶ ଆଚରଣ ବିଧି । ଅନ୍ୟପଟେ ଚୁଡାନ୍ତ ଭୋଟର ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କଟକ

କଟକ: ଓସିଏ ନିର୍ବାଚନରେ ଲାଗିଲା ଆଦର୍ଶ ଆଚରଣ ବିଧି । ଆସନ୍ତା 27ରେ ନିର୍ବାଚନ ଥିବାରୁ ଆଜି(ରବିବାର)ଠୁ ଲାଗିଲା ଆଚରଣ ବିଧି । ଏହି ପ୍ରକ୍ରିୟାରେ ରହିଛି ଅନେକ ନିୟମ । ଭୋଟର ମାନଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀଙ୍କ ପର୍ଯ୍ୟନ୍ତ । ସମସ୍ତଙ୍କ ପାଇଁ ରହିଛି କଡା ନିୟମ । ଯାହା ଆଜିଠୁ ଲାଗୁ କରାଯାଇଛି । ଅନ୍ୟପଟେ ଚୁଡାନ୍ତ ଭୋଟର ତାଲିକା ମଧ୍ୟ ଆଜି ପ୍ରକାଶ ପାଇଛି ।

ନିର୍ବାଚନୀ ପ୍ରଚାର କେଉଁ ଢଙ୍ଗରେ କରାଯିବ ପ୍ରାର୍ଥୀ କେଉଁ ପ୍ରକ୍ରିୟାରେ ଭୋଟର ମାନଙ୍କୁ ଭୋଟ ଭିକ୍ଷା କରିବ । ଏଥିରେ ସ୍ପଷ୍ଟ ଉଲେଖ କରାଯାଇଛି । ବିଶେଷକରି ପ୍ରାର୍ଥୀମାନେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ଦରକାର । ଭୋଟରମାନଙ୍କୁ ଟଙ୍କା ଯାଚିବା ଉପରେ ରୋକ । ପାର୍ଥି ଅଯଥା ଟଙ୍କା ଖର୍ଚ୍ଚ ନକରିବା, ଭୋଟରଙ୍କ ଉପରେ ଚାପ ନ ପକାଇବା, ଓସିଏ ସମ୍ମାନ ପ୍ରତି ଦୃଷ୍ଟି ରଖିବେ, ପ୍ରତିପକ୍ଷ ପ୍ରାର୍ଥୀଙ୍କ ସମ୍ମାନ ହାନି କରିବାର କୌଣସି ଆଚରଣ କିମ୍ବା ଲିଖିତ ଅଭିଯୋଗ କରିବେ ନାହିଁ, ଜାତି ଗୋଷ୍ଟି ବିବାଦକୁ ବରଦାସ୍ତ କରାଯିବନି ଇତ୍ୟାଦିକୁ ନେଇ ଓସିଏ ଆଚରଣ ବିଧି ଲାଗୁ ହୋଇଛି ।

ଅନ୍ୟପଟେ ଚୁଡାନ୍ତ ଭୋଟର ତାଲିକାରେ 73 ଭୋଟର ସମ୍ଭଳିତ ଏକ ତାଲିକା ପ୍ରକାଶ କରିଛନ୍ତି ଓସିଏ ନିର୍ବଚନ କମିଶନର ଏମଏଲ ମଜୁମଦାର । ପୂର୍ବ ତାଲିକା ପରି ଚୁଡାନ୍ତ ତାଲିକା ମଧ୍ୟ ସମାନ ରହିଛି । ତେବେ 20ରେ ନାମାଙ୍କନ ପ୍ରତ ଦାଖଲର ଶେଷ ସମୟ ଥିବା ବେଳେ । 21ରେ ଯାଞ୍ଚ ଓ 22ରେ ପ୍ରତ୍ୟାହାର ଓ ଚୁଡାନ୍ତ ପାର୍ଥି ତାଲିକା ଘୋଷଣା । ଏବଂ 27 ରେ ନର୍ବାଚନ ଅନୁଷ୍ଠିତ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details