ଓଡିଶା

odisha

By

Published : Feb 14, 2021, 10:30 AM IST

ETV Bharat / sports

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ, ଘରୋଇ ନ୍ୟୁଜିଲାଣ୍ଡର ଦଳ ଘୋଷଣା

22 ଫେବୃଆରୀରେ ନ୍ୟୁଜିଲାଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜ ଖେଳାଯିବ । ତେବେ ଘରୋଇ ଦଳ ନ୍ୟୁଜିଲାଣ୍ଡ ଏନେଇ ତା'ର ସ୍କ୍ବାର୍ଡର ଘୋଷଣା କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ, ଘରୋଇ ନ୍ୟୁଜିଲାଣ୍ଡର ଦଳ ଘୋଷଣା
ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜ, ଘରୋଇ ନ୍ୟୁଜିଲାଣ୍ଡର ଦଳ ଘୋଷଣା

ହାଇଦ୍ରାବାଦ: 22 ଫେବୃଆରୀରେ ନ୍ୟୁଜିଲାଣ୍ଡ- ଅଷ୍ଟ୍ରେଲିଆ ମଧ୍ୟରେ ଟି-20 ସିରିଜ ଖେଳାଯିବ । 2ଦଳ ମଧ୍ୟରେ 5ମ୍ୟାଚ ବିଶିଷ୍ଟ ଟି-20 ସିରିଜ ଖେଳାଯିବ । ତେବେ ଘରୋଇ ଦଳ ନ୍ୟୁଜିଲାଣ୍ଡ ଏନେଇ ତା'ର ସ୍କ୍ବାର୍ଡର ଘୋଷଣା କରିଛି ।

ଏହି ସ୍କ୍ବାର୍ଡରେ ଓପନର ମାର୍ଟିନ ଗୁପ୍ଟିଲଙ୍କୁ ସାମିଲ କରାଯାଇଛି । କିନ୍ତୁ ନିୟମିତ ସଦସ୍ୟ ଭାବେ ସାମିଲ ହେବାକୁ ହେଲେ ତାଙ୍କୁ ଫିଟନେସ ଟେଷ୍ଟ ପାସ୍‌ କରିବାକୁ ପଡିବ । ସେଥିପାଇଁ ଏଲନଙ୍କୁ ଷ୍ଟାଣ୍ଡ ବୟ ଖେଳାଳି ଭାବେ ରଖାଯାଇଛି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି-20 ମୁକାବିଲା କ୍ରାଇଷ୍ଟଚର୍ଚ୍ଚରେ ଖେଳାଯିବ।

ସୂଚନାଥାଉକି, 2ଦଳ ମଧ୍ୟରେ ଏଯାଏଁ 9ଟି ଟି-20 ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ଅଷ୍ଟ୍ରେଲିଆ 7ଟି ଓ ନ୍ୟୁଜିଲାଣ୍ଡ କେବଳ ଗୋଟିଏ ମ୍ୟାଚ ଜିତିଥିବାବେଳେ ଗୋଟିଏ ମୁକାବିଲା ଡ୍ର ରହିଥିଲା ।

ନ୍ୟୁଜିଲାଣ୍ଡ ସ୍କ୍ବାର୍ଡ: କେନ ଓ୍ବିଲିୟମସନ(ଅଧିନାୟକ), ହାମିଶ ବେନେଟ, ଟ୍ରେଣ୍ଟ ବୋଲ୍ଡ, ମାର୍କ ଚ୍ୟାପମ୍ୟାନ, ଡେବନ କନଓ୍ବେ, କାଇଲ ଜ୍ୟାମିସନ, ଜେମ୍ସ ନିଶମ, ଗ୍ଲେନ ଫିଲିପ୍ସ, ମିଶେଲ ସେ, ଟିମ ସେଫର୍ଟ(ଓ୍ବିକେଟକିପର), ଈଶ ସୋଢି, ଟିମ ସାଉଥୀ, ମାର୍ଟିନ ଗୁପ୍ଟିଲ, ଫିନ ଏଲନ ।

ABOUT THE AUTHOR

...view details