ଓଡିଶା

odisha

By

Published : Jan 30, 2020, 6:57 PM IST

ETV Bharat / sports

ବିମାନ ଟିକେଟ ଠକେଇ ଘଟଣା, ଟଙ୍କା ପରିଶୋଧ କଲେ ଆଝାରୁଦ୍ଦିନ

ମାମଲା ରୁଜୁ ପରେ ଟଙ୍କା ପରିଶୋଧ କଲେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ବ୍ୟକ୍ତିଗତ ସଚିବ । ଏକ ଘରୋଇ ଟ୍ରାଭେଲ ଏଜେନ୍ସି ମହମ୍ମଦ ଆଝାରୁଦ୍ଦିନ ଓ ତାଙ୍କର 2 ସହଯୋଗୀଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ । ଅଧିକ ପଢନ୍ତୁ...

Mohammad Azharuddin's PA paid
ବିମାନ ଟିକେଟ ଠକେଇ ଘଟଣା

ଔରାଙ୍ଗବାଦ: ମାମଲା ରୁଜୁ ପରେ ବକେୟା ଟଙ୍କା ଦେଲେ ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କ ବ୍ୟକ୍ତିଗତ ସଚିବ । ଟ୍ରାଭେଲ ଏଜେନ୍ସିର ସମସ୍ତ ବକୈୟା ଟଙ୍କା ପୈଠ କରିଛନ୍ତି ଆଧାରୁଦ୍ଦିନଙ୍କ ସଚିବ । ଏକ ଘରୋଇ ଟ୍ରାଭେଲ ଏଜେନ୍ସି ମହମ୍ମଦ ଆଝାରୁଦ୍ଦିନ ଓ ତାଙ୍କର 2 ସହଯୋଗୀଙ୍କ ନାମରେ ଠକେଇ ଅଭିଯୋଗ ଆଣିଥିଲେ ।

ବିମାନ ଟିକେଟ ଠକେଇ ଘଟଣା

ଏକାଧିକ ବିଦେଶ ଗସ୍ତର ବିମାନ ଟିକେଟ ଟଙ୍କା ପରିଶୋଧ କରିନଥିବା ଆଝାରୁଦ୍ଦିନ ଓ ତାଙ୍କ 2 ସହଯୋଗୀଙ୍କ ନାମରେ ଅଭିଯୋଗ ହୋଇଛି । ଟଙ୍କା ନମିଳିବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ଉକ୍ତ ଟ୍ରାଭେଲ ଏଜେନ୍ସି । ଏନେଇ ଔରାଙ୍ଗବାଦ ସିଟି ପୋଲିସ ଷ୍ଟେସନରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା । ପ୍ରାୟ 20 ଲକ୍ଷ ଟଙ୍କା ମୂଲ୍ୟର 27ଟି ବିମାନ ଟିକେଟ ଆଝାରୁଦ୍ଦିନ ଓ ତାଙ୍କ ସହଯୋଗୀ କରି ଟଙ୍କା ଦେଇନଥିବା ଅଭିଯୋଗ ହୋଇଥିଲା ।

ତେବେ ଥାନାରେ ମାମଲା ରୁଜୁ ପରେ ଆଝାରୁଦ୍ଦିନ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ମାତ୍ର ପରେ, ଆଝାରୁଦ୍ଦିନ ବ୍ୟକ୍ତିଗତ ସଚିବ ସାହେବଙ୍କୁ ଟ୍ରାଭେଲ ଏଜେନ୍ସିର ସମସ୍ତ ବକେୟା ଟଙ୍କା ପରିଶୋଧ କରିବାକୁ କହିଥିଲେ । ଟଙ୍କା ମିଳିବା ପରେ ସଂପୃକ୍ତ ଟ୍ରାଭେଲ ଏଜେନ୍ସି ଅଭିଯୋଗ ଫେରାଇନେଇଥିବା କହିଛନ୍ତି ପୋଲିସ କମିଶନର ଚିରଞ୍ଜୀବ ପ୍ରସାଦ ।

ABOUT THE AUTHOR

...view details