ଓଡିଶା

odisha

By

Published : Mar 15, 2020, 10:31 AM IST

ETV Bharat / sports

କୋରୋନା ଭାଇରସ: ଭାରତରେ ପ୍ରଭାବିତ କ୍ରୀଡା ଇଭେଣ୍ଟ

ମହାମାରୀ କୋରୋନା ଭାଇରସ(COVID-19) ଯୋଗୁଁ କ୍ରୀଡାଜଗତ ବିଶେଷ ପ୍ରଭାବିତ ହୋଇଛି । ଭାରତରେ କୋରୋନା ଭାଇରସରେ ପ୍ରଭାବିତ ଏକାଧିକ କ୍ରୀଡା ଇଭେଣ୍ଟ ।

sports events stand still in India
କୋରୋନା ଭାଇରସ: ଭାରତରେ ପ୍ରଭାବିତ କ୍ରୀଡା ଇଭେଣ୍ଟ

ହାଇଦ୍ରାବାଦ: ମହାମାରୀ କୋରୋନା ଭାଇରସ(COVID-19) ଯୋଗୁଁ ବିଶ୍ବରେ 5,835 ଲୋକ ପ୍ରାଣ ହରାଇ ସାରିଲେଣି । ସମଗ୍ର ବିଶ୍ବ ଏହି ଭାଇରସରେ ପ୍ରଭାବିତ ହୋଇଛି । ଏଯାବତ 156,533 ଲୋକେ ଏଇ ଭାଇରସ ସଂକ୍ରମଣର ଶୀକାର ହୋଇଛନ୍ତି ।

କୋରୋନା ଭାଇରସ: ଭାରତରେ ପ୍ରଭାବିତ କ୍ରୀଡା ଇଭେଣ୍ଟ

କ୍ରୀଡାଜଗତ ଉପରେ ଏହାର ବିଶେଷ ପ୍ରଭାବ ପଡିଛି । ଭାରତରେ ହେବାକୁ ଥିବା ବିଭିନ୍ନ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ଓ କିଛି ଇଭେଣ୍ଟକୁ ବାତିଲ କରିଦିଆଯାଇଛି ।

କୋରୋନା ଭାଇରସ: ଭାରତରେ ପ୍ରଭାବିତ କ୍ରୀଡା ଇଭେଣ୍ଟ

ନଜର ପକାନ୍ତୁ ଭାରତରେ କୋରୋନା ଭାଇରସରେ ପ୍ରଭାବିତ କ୍ରୀଡା ଇଭେଣ୍ଟ ଉପରେ:

ଆଥଲେଟିକ୍ସ

  • ଫେଡେରେସନ କପ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚମ୍ପିଆନସିପ-ସ୍ଥଗିତ

(ଏପ୍ରିଲ 6-8ପର୍ଯ୍ୟନ୍ତ ଭୋପାଳରେ ହେବାର ଥିଲା)

ବ୍ୟାଡମିଣ୍ଟନ

  • ଇଣ୍ଡିଆ ଓପନ ବାତିଲ

(ଏପ୍ରିଲ 12ରେ ନୂଆଦିଲ୍ଲୀରେ ହେବାନାଇ ସୂଚୀ ରହିଥିଲା)

ବାସ୍କେଟବଲ

  • FIBA 3x3 ଅଲମ୍ପିକ କ୍ବାଲିଫାଇଂ ଟୁର୍ଣ୍ଣାମେଣ୍ଟ- ସ୍ଥଗିତ

(ମାର୍ଚ୍ଚ 18ରୁ 22 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର ଥିଲା)

ଚେସ

  • ମେ 31 ପର୍ଯ୍ୟନ୍ତ ସମସ୍ତ ନ୍ୟାସନାଲ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

କ୍ରିକେଟ

  • ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଅଇପିଏଲ)- ସ୍ଥଗିତ

(ମାର୍ଚ୍ଚ 29ରୁ ଏପ୍ରିଲ ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା)

  • ଦିଲ୍ଲୀ ସରକାର ଗୋଟିଏ ମାସ ପାଇଁ ସମସ୍ତ କ୍ରୀଡା ଇଭେଣ୍ଟକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ।
  • ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବାତିଲ
  • ରୋଡ ସେଫଟି ୱାର୍ଲ୍ଡ ସିରିଜ ବାତିଲ

(ମାର୍ଚ୍ଚ 7-22, ମୁମ୍ବାଇ ଓ ପୁନେରେ ଖେଳାଯିବାର ଥିଲା )

ଫୁଟବଲ

  • ଇଣ୍ଡିଆନ ସୁପର ଲିଗ ଫାଇନାଲ ଏଟିକେ ଏଫସି ବନାମ ଚେନ୍ନାଇୟାନ ଏଫସି ମ୍ୟାଚ ଖାଲି ଷ୍ଟାଡିୟମରେ ଖେଳାଯାଇଛି ।

(ମାର୍ଚ୍ଚ 14ରେ ଗୋଆରେ ଖେଳାଯାଇଛି)

  • ସମସ୍ତ ଫୁଟବଲ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 31 ପର୍ଯ୍ୟନ୍ତ ବାତିଲ
  • ଭାରତ ବନାମ କ୍ବାତାର, ଫିଫା ବିଶ୍ବକପ କ୍ବାଲିଆଫାୟର ମ୍ୟାଚ -ସ୍ଥଗିତ

(ମାର୍ଚ୍ଚ 26ରେ ଭୁବନେଶ୍ବରରେ ଖେଳାଯିବା ନେଇ ସୂଚୀ ରହିଥିଲା)

  • ଭାରତ ବନାମ ଆଫଗାନିସ୍ତାନ, ଫିଫା ବିଶ୍ବକପ କ୍ବାଲିଆଫାୟର ମ୍ୟାଚ -ସ୍ଥଗିତ

(ଜୁନ 9ରେ କୋଲକାତାରେ ଖେଳାଯିବା ନେଇ ସୂଚୀ ରହିଥିଲା)

  • ସନ୍ତୋଷ ଟ୍ରଫିର ଫାଇନାଲ ରାଉଣ୍ଡ- ସ୍ଥଗିତ

(ଐଜଲରେ ଏପ୍ରିଲ 14-27 ଖେଳାଯିବାର ଥିଲା)

  • ଆଇ-ଲିଗର ଅବଶିଷ୍ଟ 28 ମ୍ୟାଟ ଖାଲି ଷ୍ଟାଡିୟମରେ ଖେଳାଯିବ

ଗୋଲ୍‌ଫ

  • ଗୋଲ୍‌ଫ ଟୁର ଅଫ ଇଣ୍ଡିଆ(PGTI)ର ସମସ୍ତ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ 16ରୁ ସ୍ଥଗିତ

ମୋଟର ସ୍ପୋର୍ଟ୍ସ

  • ଚେନ୍ନାଇରେ ସାଉଥ ଇଣ୍ଡିଆ ରାଲି ମାର୍ଚ୍ଚ 20-22 ନିରାଡମ୍ବର ଭାବେ ହେବ

ପାରାସ୍ପୋର୍ଟ୍ସ

  • ଏପ୍ରିଲ 15 ପର୍ଯ୍ୟନ୍ତ ସମସ୍ତ ନ୍ୟାସନାଲ ଓ ରାଜ୍ୟ ଚମ୍ପିଆନସିପ ସ୍ଥଗିତ

ସୁଟିଂ

  • ISSF ରାଇଫଲ, ପିସ୍ତଲ, ସଟଗନ ବିଶ୍ବକପ -ସ୍ଥଗିତ

(ମାର୍ଚ୍ଚ 15-25 ନୂଆଦିଲ୍ଲୀରେ ଖେଳାଯିବାରଥିଲା)

ଟେନିସ

  • ସମସ୍ତ ପ୍ରକାର ଘରୋଇ ଟୁର୍ଣ୍ଣାମେଣ୍ଟ ବାତିଲ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details