ଓଡିଶା

odisha

ବିଶ୍ବକପ ବ୍ୟାଟ ନିଲାମ କରି ଅସହାୟ ପିଲାଙ୍କ ମୁହଁରେ ହସ ଫୁଲାଇଲେ ରାହୁଲ

By

Published : Apr 21, 2020, 5:13 PM IST

ଅସହାୟ ପିଲାଙ୍କୁ ସହାୟତା ପାଇଁ ନିଜର 2019 ବିଶ୍ବକପ ବ୍ୟାଟକୁ ନିଲାମ କରିବା ସହ ପାଣ୍ଠି ଯୋଗାଡରେ ଲାଗିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ।

KL Rahul donates cricket gear to raise money for vulnerable children
ଅସହାୟ ପିଲାଙ୍କୁ ରାହୁଲଙ୍କ ସହାୟତା, ନିଲାମକଲେ ବିଶ୍ବକପ ବ୍ୟାଟ

ନୂଆଦିଲ୍ଲୀ: କୋରୋନା ଭାଇରସ ଲକାଡାଉନ ସମୟରେ ସହାୟତା ପାଇଁ ଆଗେଇ ଆସିଛନ୍ତି ଅନେକ କ୍ରିକେଟର । ଏହି କ୍ରମରେ ସାମିଲ ହୋଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ । ଅସହାୟ ପିଲାଙ୍କୁ ସହାୟତା ପାଇଁ ନିଜର 2019 ବିଶ୍ବକପ ବ୍ୟାଟକୁ ନିଲାମ କରିବା ସହ ପାଣ୍ଠି ଯୋଗାଡରେ ଲାଗିଛନ୍ତି ରାହୁଲ ।

28ତମ ଜନ୍ମଦିନରେ ପୂର୍ବରୁ ରାହୁଲ ଭାରତ ଆର୍ମି ଉଦ୍ଦେଶ୍ୟରେ କ୍ରିକେଟ ସରଞ୍ଜାମ(ହେଲମେଟ, ଜର୍ସି, ଗ୍ଳୋବ୍ସ, ପ୍ୟାଡ) ଦାନ କରିଥିଲେ । ଦେଶର ଏପରି କଠିନ ସମୟରେ ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିପାରିଲେ ବହୁତ ଖୁସି ହେବେ ବୋଲି କହିଛନ୍ତି ରାହୁଲ । ଏଇଥି ପାଇଁ 2019 କ୍ରିକେଟ ବିଶ୍ବକପ ବ୍ୟାଟ, ଟେଷ୍ଟ ଓ ଦିନିକିଆ ଜର୍ସି, ହେଲମେଟ, ବ୍ୟାଟିଂ ଗ୍ଲୋବ୍ସ, ପ୍ୟାଡ ସବୁକୁ ନିଲାମ କରିଛନ୍ତି ।

ABOUT THE AUTHOR

...view details