ଓଡିଶା

odisha

By

Published : Feb 26, 2021, 3:16 PM IST

Updated : Feb 26, 2021, 5:19 PM IST

ETV Bharat / sports

କ୍ରିକେଟକୁ ଅଲବିଦା କହିଲେ ବିନୟ କୁମାର

indian cricketer Vinay kumar announced his retirement from all form of cricket
କ୍ରିକେଟର ସମସ୍ତ ଫର୍ମାଟରୁ ବିନୟ କୁମାରଙ୍କ ଅବସର

15:10 February 26

କ୍ରିକେଟକୁ ଅଲବିଦା କହିଲେ ବିନୟ କୁମାର

ହାଇଦ୍ରାବାଦ: କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ବୋଲର ବିନୟ କୁମାର । ଦୀର୍ଘ 25 ବର୍ଷର କ୍ରିକେଟର କ୍ୟାରିୟରକୁ ବିଦାୟ କହିଛନ୍ତି 'ଦଭାଙ୍ଗେର ଏକ୍ସପ୍ରେସ' ।  

ଟ୍ବିଟ ଯୋଗେଁ ଅବସରକାଳୀନ ଭାବପ୍ରବଣପୂର୍ଣ୍ଣ ବାର୍ତ୍ତାଲେଖି ଅବସର ଘୋଷଣା କରିଛନ୍ତି ଏହି ଦ୍ରୁତ ବୋଲର ।

ଭେଟେରାନ ଦ୍ରୁତ ବୋଲର ନିଜ କ୍ରିକେଟ କ୍ୟାରିୟର ମଧ୍ୟରେ, ଭାରତୀୟ କ୍ରିକେଟର ମହାରଥୀ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ସହ ଖେଳିବାର ସୌଭାଗ୍ୟ ପାଇଛନ୍ତି ।

ଏହା ମଧ୍ୟ ଅବସରକାଳୀନ ବାର୍ତ୍ତାରେ ଲେଖିଛନ୍ତି କୁମାର । ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ, ମହେନ୍ଦ୍ର ସିଂହ ଧୋନି, ବିରେନ୍ଦ୍ର ସେହ୍ବାଗ, ଗୌତମ ଗମ୍ଭୀର, ବିରାଟ କୋହଲି, ସୁରଶ ରାଇନା ଓ ରୋହିତ ଶର୍ମାଙ୍କ ଖେଳିଥିବାରୁ ଶୌଭାଗ୍ୟଶାଳୀ ବୋଲି କହିଛନ୍ତି । ଏଥିସହ ଆଇପିଏଲ ଦିନରେ ମୁମ୍ବାଇ ଇଣ୍ଡିଆନ୍ସର ମେଣ୍ଟର ଭାବେ ସଚିନ ତେନ୍ଦୁଲକରଙ୍କ ନେତୃତ୍ବରେ ଖେଳିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ।

"ଶ୍ରେଷ୍ଠ ସ୍ତରରେ ଦେଶକୁ ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ମିଳିଥିବାରୁ ଭାଗ୍ୟବାନ । କ୍ରିକେଟ ଭଳି ସୁନ୍ଦର ଖେଳକୁ କ୍ୟାରିୟରରେ ସବୁକିଛି ଦେବାକୁ ପ୍ରୟାସ କରିଛି । ଏହି ଯାତ୍ରା ଅନେକ ସ୍ମରଣୀୟ ମୂହୂର୍ଣ୍ଣରେ ପରିପୂର୍ଣ୍ଣ ଯାହାକୁ ସାରାଜୀବନ ସ୍ମୃତି ଭାବେ ସାଇତିବି । ବାଙ୍ଗାଲାରର ଦଭାଙ୍ଗେରେରୁ ସ୍ବପ୍ନ ପୂରଣ ପାଇଁ ଦିନେ ଧାଇଁଆସିଥିଲି । ସମସ୍ତ ଶ୍ରେୟ କର୍ଣ୍ଣାଟକ କ୍ରିକେଟ ଆସୋସିଏସନର, ଯିଏ ଖେଳିବାର ସୁଯୋଗ ଦେଲେ, ରାଜ୍ୟକୁ ପ୍ରତିନିଧିତ୍ବ କରିବାର ଯୋଗ୍ୟ ଭାବି ଦାୟିତ୍ବ ଦେଲେ । ଯାହାଦ୍ବାରା ସମସ୍ତ ଫର୍ମାଟରେ ଭାରତ ପକ୍ଷରୁ ଖେଳିବାର ସୁଯୋଗ ମିଳିଲା । ସେଥିପାଇଁ ପ୍ରଶଂସକ, ସାଥିଖେଳାଳି, ବୋର୍ଡ, ପରିବାର ସମସ୍ତଙ୍କୁ ଧନ୍ୟବାଦ ।"

ଟିମ ଇଣ୍ଡିଆ ପାଇଁ ବିନୟ କୁମାର ସମସ୍ତ ତିନୋଟି ଫର୍ମାଟରେ ଖେଳିଛନ୍ତି । ଗୋଟିଏ ଟେଷ୍ଟ, 31ଟି ଏକଦିବସୀୟ ଓ 9ଟି ଅନ୍ତର୍ଜାତୀୟ ଟି20 ଖେଳିବା ସହ ସମସ୍ତ ଫର୍ମାଟରୁ 49ଟି ୱିକେଟ ଅକ୍ତିଆର କରିଛନ୍ତି ।  

ଅନ୍ତର୍ଜାତୀୟ କ୍ୟାରିୟରରେ ଦିନିକିଆ ଫର୍ମାଟରେ ବର୍ଷ 2011ରେ ଇଂଲଣ୍ଡ ବିପକ୍ଷରେ ଦିଲ୍ଲୀରେ 4/30 ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ । 

ଆଇପିଏଲ ଟିମ କୋଲକାତା ନାଇଟ ରାଇଡର୍ସ, କୋଚି ଟସ୍କର୍ସ କେରଳ ପକ୍ଷରୁ ଖେଳିଛନ୍ତି । 2013-14 ଓ 2014-15 ଲଗାତାର ଦୁଇଟି ରଣଜୀ ସିଜିନରେ ଟାଇଟେଲ ବିଜେତା ରହିଛନ୍ତି । ନଭେମ୍ବର 2018ରେ ସେ ରଣଜୀ ଟ୍ରଫିରେ 100ତମ ମ୍ୟାଚ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2021, 5:19 PM IST

ABOUT THE AUTHOR

...view details