ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର । ତେବେ ଆସନ୍ତା ନଭେମ୍ବର 3ରେ ଭାରତ-ବାଂଲାଦେଶ ମଧ୍ୟରେ ଦିଲ୍ଲୀ ଗ୍ରାଉଣ୍ଡରେ ଟି-20 ମ୍ୟାଚ ଖେଳାଯିବ । ତେବେ ଆଶଙ୍କା ଅଛି ଯେ, ଦିଲ୍ଲୀ ବାୟୁ ପ୍ରଦୂଷଣ ମ୍ୟାଚକୁ ପ୍ରଭାବିତ କରିପାରେ ।
ସୂଚନାଥାଉକି, 2017 ମସିହାରେ ଫିରୋଜଶାହା ଗ୍ରାଉଣ୍ଡରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରିଥିଲା ବାୟୁ ପ୍ରଦୂଷଣ । ସେହି ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ମାସ୍କ ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଏଥିସହ ଅତିଥି ଟିମ୍ର କିଛି ଖେଳାଳି ଅସୁସ୍ଥ ହୋଇଯାଇଥିଲେ ।