ଓଡିଶା

odisha

By

Published : May 22, 2019, 12:09 AM IST

ETV Bharat / sports

ଏଥର ବିଶ୍ବକପର ବଡ ଖେଳାଳି ଧୋନୀ

ବିଶ୍ବକପରେ ଧୋନୀ ବଡ ଖେଳାଳି ବୋଲି କହିଛନ୍ତି କୋଚ ରବି ଶାସ୍ତ୍ରୀ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ । 2011ବିଶ୍ବକପ ବିଜେତା ଟିମ ଇଣ୍ଡିଆର କ୍ୟାପଟେନ । ଅନେକ ତାଙ୍କୁ ଭାରତୀୟ ଦଳର ବ୍ରେନ ମଧ୍ୟ କୁହନ୍ତି । ପଡିଆରେ ଚୁପଚାପ ରୁହନ୍ତି । ମ୍ୟାଚର ପରିସ୍ଥିତିକୁ ଭଲଭାବେ ପରଖନ୍ତି । ପ୍ରତିକୁଳ ପରିସ୍ଥିତିରେ ପ୍ରତିପକ୍ଷ କୁ ମାତ ଦେବାରେ ମାହିର ମାହି ।

ଭିଡିଓ ସୌଜନ୍ୟ-ସୋସିଆଲ ମିଡିଆ

ବିରାଟ କୋହଲିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ 2019 ବିଶ୍ବକପ ଖେଳିବ । କିନ୍ତୁ ଦଳରେ ଧୋନୀଙ୍କ ରହିଛି ଗୁରୁ ଦାୟିତ୍ବ । ୱିକେଟ ପଛରେ ପ୍ରତି ଖେଳାଳିଙ୍କ ଦୁର୍ବଳତାକୁ ପଢିବେ ଧୋନୀ । ସେହି ରଣନୀତି ଅନୁଯାୟୀ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନଙ୍କୁ ଶୀକାର କରିବେ ବ୍ଲ୍ୟୁ ବୋଲର ।

22 ତାରିଖରେ ଟିମ ଇଣ୍ଡିଆ ଇଂଲଣ୍ଡ ଯାତ୍ରା କରୁଛି । 25 ମେ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିବ ଭାରତ । 28ମେ ରେ ଦ୍ବିତୀୟ ଅଭ୍ୟାସ ମ୍ୟାଚ ବାଂଲାଦେଶ ସହିତ ଖେଳିବ । ଏହି ବିଶ୍ବକପରେ ଧୋନୀ ବଡ ଖେଳାଳି ବୋଲି କହିଛନ୍ତି କୋଚ ରବି ଶାସ୍ତ୍ରୀ ।

For All Latest Updates

ABOUT THE AUTHOR

...view details