ଓଡିଶା

odisha

By

Published : Dec 6, 2022, 10:21 PM IST

ETV Bharat / sports

5 ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ଜାଣନ୍ତୁ ସେମାନଙ୍କୁ...

ଆଜିର ଦିନରେ ୫ ଭାରତୀୟ କ୍ରିକେଟର ଜନ୍ମ ଗ୍ରହଣ କରିଥିଲେ । ସେମାନେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ବଳରେ ଦେଶକୁ ଗୌବାନ୍ବିତ କରିଛନ୍ତି । ଅଧିକ ପଢନ୍ତୁ

ଆଜି 5 ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ଜାଣନ୍ତୁ ସେମାନଙ୍କୁ
ଆଜି 5 ଭାରତୀୟ କ୍ରିକେଟରଙ୍କ ଜନ୍ମଦିନ, ଜାଣନ୍ତୁ ସେମାନଙ୍କୁ

ହାଇଦ୍ରାବାଦ:ଆଜି ଡିସେମ୍ବର ୬ ତାରିଖ । ଏହି ଦିନଟି ଭାରତୀୟ କ୍ରିକେଟ ପାଇଁ ସ୍ବତନ୍ତ୍ର ଅଟେ । ଆଜିର ଦିନରେ ୫ ଭାରତୀୟ କ୍ରିକେଟର ଜନ୍ମ ଗ୍ରହଣ କରିଥିଲେ । ସେମାନେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ବଳରେ ଦେଶକୁ ଗୌବାନ୍ବିତ କରିଛନ୍ତି । ଏହି ପାଞ୍ଚ ଭାରତୀୟ କ୍ରିକେଟର ହେଲେ ଫାଷ୍ଟ ବୋଲର ଜଶପ୍ରିତ ବୁମରା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ବ୍ୟାଟର ଶ୍ରେୟାସ ଆୟାର, କରୁଣ ନାୟର ଏବଂ ପୂର୍ବତନ ଫାଷ୍ଟ ବୋଲର ରୁଦ୍ର ପ୍ରତାପ ସିଂହଙ୍କର ଆଜି ଜନ୍ମଦିନ । ତେବେ ଆସନ୍ତୁ ନଜର ପକାଇବା ଏହି କ୍ରିକେଟରଙ୍କ କ୍ୟାରିୟର ଉପରେ...

ଜଶପ୍ରିତ ବୁମରା

ଫାଷ୍ଟ ବୋଲର ଜଶପ୍ରିତ ବୁମରାଙ୍କର ଭାରତୀୟ କ୍ରିକେଟ ଟିମରେ ବେଶ୍ ଦବଦବା ରହିଛି । ଆହତ ସମସ୍ୟା ପାଇଁ ସେ ଏବେ ଦଳରୁ ବାଦ ପଡିଛନ୍ତି । ଯେଉଁ କାରଣରୁ ସେ ଏସିଆ କପ୍ ଓ ଟି୨୦ ବିଶ୍ବକପରୁ ମଧ୍ୟ ବାଦ ପଡିଥିଲେ । ଯାହାର ପ୍ରଭାବ ଏହି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ଉପରେ ପଡିଥିଲା । ବୁମରାଙ୍କ ଅନୁପସ୍ଥିତିକୁ ଦଳ ବହୁତ ଅନୁଭବ କରିଥିଲା । ୧୯୯୩ ମସିହାରେ ଜନ୍ମିତ ଏହି ଷ୍ଟାର ବୋଲର ୨୦୧୬ ମସିହାରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ବର୍ଷ ୨୦୧୬ ଜାନୁଆରୀ ୨୩ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ପ୍ରଥମ ଦିନିକିଆ ଡେବ୍ୟୁ କରିଥିଲେ । ଏହା ପରେ ୨୦୧୮ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ସେହିପରି ୨୦୧୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ ଡେବ୍ୟୁ କରିଥିଲେ ।

ଏହା ପରଠୁ ସେ ଦଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଟେଷ୍ଟ, ଦିନିକିଆ ଏବଂ ଟି୨୦ ଏହି ତିନୋଟି ଫର୍ମାଟରେ ବୁମରାଙ୍କ ଭୂମିକା ବେଶ୍ ସକ୍ରିୟ ରହିଛି । ସେ ଏପର୍ଯ୍ୟନ୍ତ ଟେଷ୍ଟରେ ୩୦ ଟି ମ୍ୟାଚ ଖେଳି ୧୨୮ ୱିକେଟ, ଦିନିକିଆରେ ୭୨ ଟି ମ୍ୟାଚ ଖେଳି ୧୨୧ ଟି ୱିକେଟ ଏବଂ ଟି୨୦ରେ ୬୦ ଟି ମ୍ୟାଚ ଖେଳି ୭୦ ଟି ୱିକେଟ ନେଇଛନ୍ତି ।

ରବିନ୍ଦ୍ର ଜାଡେଜା

ଭାରତୀୟ ଟିମର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଜି (ମଙ୍ଗଳବାର) ତାଙ୍କର ୩୪ ତମ ଜନ୍ମ ଦିନ ପାଳନ କରୁଛନ୍ତି । ତାଙ୍କର ଜନ୍ମ ୧୯୮୮ ମସିହା ଡିସେମ୍ବର ୬ ତାରିଖରେ ଗୁଜୁରାଟ ସୌରାଷ୍ଟ୍ର ନବଗାମ ଖେଡରେ ହୋଇଥିଲା । ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର କାରଣରୁ ସେ ଏବେ ଦଳରୁ ସେ ଏବେ ଦଳରୁ ବାଦ ରହିଛନ୍ତି । ଟି୨୦ ବିଶ୍ବକପରେ ମଧ୍ୟ ତାଙ୍କର ଅନୁପସ୍ଥିତି ଦଳ ଉପରେ ବେଶ୍ ପ୍ରଭାବ ପଡିଥିଲା । ସେ ଭାରତ ପାଇଁ ୬୦ ଟି ଟେଷ୍ଟ ମ୍ୟାଚ ଖେଳି ୩ ଶତକ ଏବଂ ୧୩ ଟି ଅର୍ଦ୍ଧଶତକ ବଳରେ ୨୫୨୩ ରନ ସଂଗ୍ରହ କରିଛନ୍ତି ଏବଂ ୨୪୨ ଟି ୱିକେଟ ନେଇଛନ୍ତି । ଦିନିକିଆରେ ୧୭୧ ଟି ମ୍ୟାଚ ଖେଳି ୧୩ ଅର୍ଦ୍ଧଶତକ ବଳରେ ୨୪୪୭ ରନ ସଂଗ୍ରହ କରିଛନ୍ତି ଏବଂ ୧୮୯ ଟି ୱିକେଟ ନେଇଛନ୍ତି । ଟି୨୦ରେ ୬୪ ଟି ମ୍ୟାଚ ଖେଳି ୪୫୭ ରନ ସଂଗ୍ରହ କରିଛନ୍ତି । ଏବଂ ୫୧ ଟି ୱିକେଟ ନେଇଛନ୍ତି ।

ଶ୍ରେୟାସ ଆୟାର

ଶ୍ରେୟାସ ଆୟାର ୧୯୯୪ ମସିହା ଡିସେମ୍ବର ୬ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ । ଆଜି ସେ ତାଙ୍କର ୨୮ ତମ ଜନ୍ମ ଦିନ ପାଳୁଛନ୍ତି । ବର୍ଷ ୨୦୧୭ ଡିସେମ୍ବର ୧୦ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ ଦିନିକିଆ ଡେବ୍ୟୁ କରିଥିଲେ । ଏହା ଥିଲା ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ । ୨୦୨୧ ମସିହା ନଭେମ୍ବର ୫ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଆୟାର । ସେହିପରି ୨୦୧୭ ମସିହା ନଭେମ୍ବର ୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଡେବ୍ୟୁ କରିଥିଲେ । ସେ ୫ ଟି ଟେଷ୍ଟ ମ୍ୟାଚ ଖେଳି ଗୋଟିଏ ଶତକ ଓ ୩ ଟି ଅର୍ଦ୍ଧଶତକ ସହିତ ୪୨୨ ରନ କରିଛନ୍ତି । ଦିନିକିଆରେ ୩୭ ଟି ମ୍ୟାଚ ଖେଳି ୨ ଟି ଶତକ ଓ ୧୩ ଟି ଅର୍ଦ୍ଧଶତକ ସହିତ ୧୪୫୨ ରନ ସଂଗ୍ରହ କରିଛନ୍ତି । ଟି୨୦ରେ ୪୯ଟି ମ୍ୟାଚ୍ ଖେଳି ୭ ଟି ଅର୍ଦ୍ଧଶତକ ସହ ୧୦୪୩ ରନ କରିଛନ୍ତି ।

ରୁଦ୍ରପ୍ରତାପ ସିଂହ

ରୁଦ୍ରପ୍ରତାପ ସିଂହ ୧୯୮୫ ମସିହାରେ ଡିସେମ୍ବର ୬ ତାରିଖରେ ଉତ୍ତର ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ । ଏହି ଫାଷ୍ଟ ବୋଲର 14 ଟି ଟେଷ୍ଟ ମ୍ୟାଚରୁ ୪୦ ଟି ୱିକେଟ ନେଇଛନ୍ତି । ୫୮ ଟି ଦିନିକିଆ ମ୍ୟାଚ ଖେଳି ୬୯ ୱିକେଟ ନେଇଛନ୍ତି ।

କରୁଣ ନାୟାର

କରୁଣ ନାୟାର ୧୯୯୧ ମସିହା ଡିସେମ୍ବର ୬ ତାରିଖରେ ରାଜସ୍ଥାନ ଯୋଧପୁରରେ ଜନ୍ମ ଗ୍ରହଣ କରିଥିଲେ । ଭାରତ ପାଇଁ ସେ ଟେଷ୍ଟ ମ୍ୟାଚରେ କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ବିରେନ୍ଦ୍ର ସେହ୍ବାଗଙ୍କ ପରେ ତ୍ରିଶତକ ହାସଲ କରିବାରେ ଦ୍ବିତୀୟ କ୍ରିକେଟର ହୋଇଛନ୍ତି କରୁଣ ନାୟର । ସେ ୬ ଟି ଟେଷ୍ଟ ମ୍ୟାଚ ଖେଳି ୩୭୪ ରନ ସଂଗ୍ରହ କରିଛନ୍ତି । ସେହିପରି ଦୁଇଟି ଦିନିକିଆ ଖେଳି ୪୬ ରନ କରିଛନ୍ତି ।

ABOUT THE AUTHOR

...view details