ଓଡିଶା

odisha

By

Published : May 21, 2021, 1:54 PM IST

ETV Bharat / sitara

‘ଇଣ୍ଡିଆନ ଆଇଡଲ 12’ ବନ୍ଦ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଦିତ୍ୟ

‘ଇଣ୍ଡିଆନ ଆଇଡଲ 12’ ବିବାଦ ଉପରେ ପ୍ରତିକ୍ରିୟା ରଖି ଯୁବପିଢୀଙ୍କ କଥା କହିଲେ ଆଦିତ୍ୟ ନାରାୟଣ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ନାରାୟଣ

ମୁମ୍ବାଇ: ଟିଭିର ଫେମସ ସିଙ୍ଗିଂ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ ଗତ କିଛି ଦିନରୁ ବିବାଦ ଘେରରେ ରହିଆସୁଛି । ଶୋର ୱିକେଣ୍ଡ ଏପିସୋଡ ସମାଲୋଚନାର ଶିକାର ହେବାରେ ଲାଗିଛି। ଏହି ଏପିସୋଡରେ କିଶୋର କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରତିଯୋଗୀ । ଯେଉଁଥିରେ କିଶୋରଙ୍କ ପୁଅ ତଥା ଗାୟକ ଅମିତ କୁମାର ଅତିଥି ରୂପେ ଯୋଗ ଦେଇଥିଲେ । ସେ ମଧ୍ୟ ଶୋର ସମାଲୋଚନା କରି ଶୋ ବନ୍ଦ କରିବାର ଦାବି କରିଥିଲେ । ଇତିମଧ୍ୟରେ ଶୋର ହୋଷ୍ଟ, ଗାୟକ ଆଦିତ୍ୟ ନାରାୟଣ ଏହି ମାମଲା ଉପରେ ପ୍ରତିକ୍ରିୟା ରଖିଛନ୍ତି ।

ଆଉ କହିଛନ୍ତି, ‘ସବୁ ଘରର ମମି-ପାପା ରିମୋଟ ଉପରେ କବଜା କରିନେଇଛନ୍ତି । ସେମାନେ ଇଣ୍ଡିଆନ ଆଇଡଲ ଦେଖୁଛନ୍ତି । ଏହି କଥା ଯୁବପିଢୀଙ୍କୁ ଆଦୌ ପସନ୍ଦ ଆସୁନାହିଁ । ସେପଟେ ଆଇପିଏଲ ମ୍ୟାଚ ବନ୍ଦ ହେବାରୁ ନିରାଶ ଅଛନ୍ତି ଅନେକ ଯୁବପିଢୀ । ଆଇପିଏଲ ବନ୍ଦ ହେବାରୁ ଏମାନଙ୍କ ରାଗର ଶିକାର ଇଣ୍ଡିଆନ ଆଇଡଲ ଭଳି ଶୋ ହେଉଛି । ତେଣୁ ଏହାକୁ ବନ୍ଦ କରିବାର ଦାବି କରାଯାଉଛି ।’

ABOUT THE AUTHOR

...view details