ମୁମ୍ୱାଇ: କରୋନାଭାଇରସର ପ୍ରଭାବକୁ ରୋକିବା ପାଇଁ ଭାରତ ସରକାର ଘୋଷଣା କରିଥିବା 21 ଦିନିଆ ଲକଡାଉନରେ ସମସ୍ତ ସେଲିବ୍ରିଟି ନିଜ ନିଜ ଘରେ ଅଛନ୍ତି । ଏହି ସମୟରେ ସେଲିବ୍ରିଟିମାନ ଘରେ ରହି ସୋସିଆଲ ମିଡିଆରେ ଅନେକ ସମୟ ବିତାଉଥିବାର ଦେଖିବାକୁ ମିଳୁଛି ।
ବର୍ତ୍ତମାନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ଭାଇ ଆଦିତ୍ୟଙ୍କ କେଶ କାଟୁଥିବାର ନଜର ଆସିଛନ୍ତି । ଭିଡିଓରେ ଆଦିତ୍ୟ ଅଙ୍କିତାଙ୍କ କେଶ କାଟିବାକୁ ଏଡ଼ାଉଛନ୍ତି ।