ଓଡିଶା

odisha

By

Published : Apr 16, 2020, 9:49 PM IST

ETV Bharat / sitara

ଲକଡାଉନ ଡାଏରୀ: ଗୀତ ଶିଖୁଛନ୍ତି ଅଭିନେତା ଅହମ ଶର୍ମା

ଲକଡାଉନ ସମୟରେ ଗୀତ ଶିଖୁଛନ୍ତି ଅଭିନେତା ଅହମ ଶର୍ମା । ଅଧିକ ପଢନ୍ତୁ...

aham sharma hones the singer in him during lockdown
ଲକଡାଉନ ଡାଏରୀ: ଗୀତ ଶିଖୁଛନ୍ତି ଅଭିନେତା ଅହମ ଶର୍ମା

ମୁମ୍ବାଇ: 'ମହାଭାରତ' ଏବଂ 'ବିକ୍ରମ ବେତାଲଙ୍କ ରହସ୍ୟ ଗାଥା' ଭଳି ଟିଭି ଶୋ' ରେ ଅଭିନୟ କରିଥିବା ଅଭିନେତା ଅହମ ଶର୍ମା ଏବେ ଗୀତ ଶିଖୁଛନ୍ତି । ସେ କହିଛନ୍ତି ଯେ ଗୀତ ଗାଇବାକୁ ତାଙ୍କର ସବୁବେଳେ ଇଚ୍ଛା ଥିଲା । ତେଣୁ ଲକଡାଉନ ସମୟରେ ସେ ଗୀତ ଶିଖୁଛନ୍ତି ।

ସେ ଏହା କହିଛନ୍ତି ଯେ, ଲକଡାଉନ ସମୟରେ ମୁଁ ମୋ ପରିବାର ସହିତ ଅଧିକାଂଶ ସମୟ ବିତାଉଛି । ଏହାସହ ମୁଁ ଡକ୍ୟୁମେଣ୍ଟାରୀ ସମ୍ବନ୍ଧୀୟ କିଛି ବହି ମଧ୍ୟ ପଢୁଛି । ମୁଁ ସୁସ୍ଥ ରହିବାକୁ ଯାଇ ସୂର୍ଯ୍ୟ ନମସ୍କାର ଏବଂ ଅନ୍ୟାନ୍ୟ ବ୍ୟାୟାମ ମଧ୍ୟ କରୁଛି ।

ବ୍ୟସ୍ତବହୁଳ ସୁଟିଂ ସମୟରେ ଯାହା ମୁଁ କରିପାରି ନଥିଲି ତାହା ମୁଁ ଏବେ କରିବାକୁ ଯାଉଛି । ମୁଁ ଏହି ଲକଡାଉନ ସମୟରେ ପ୍ରତ୍ୟେକ ଦିନ ନୂଆ ନୂଆ ଗୀତ ଶିଖିବା ଆରମ୍ଭ କରିଛି । ଗୀତ ଗାଇଲେ ମତେ ସର୍ବଦା ଆନନ୍ଦ ମିଳିଥାଏ । ତେଣୁ ମୁଁ ଖାଲି ସମୟର ଉପଯୁକ୍ତ ବ୍ୟବହାର କରୁଛି ବୋଲି ଅହମ କହିଛନ୍ତି ।

ABOUT THE AUTHOR

...view details