ଓଡିଶା

odisha

ଅସୁସ୍ଥ ବିଜୟ ମହାନ୍ତି, ଆଇସିୟୁରେ ଭର୍ତ୍ତି

By

Published : May 27, 2020, 10:52 AM IST

Updated : May 27, 2020, 11:41 AM IST

ଲୋକପ୍ରିୟ ଓଲିଉଡ ଅଭିନେତା ବିଜୟ ମହାନ୍ତି ଅସୁସ୍ଥ । ହାଇଦ୍ରାବାଦର ଲକଡି କା ପୁଲସ୍ଥିତ ଗ୍ଲୋବାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଫେସବୁକ
ଫଟୋ ସୌଜନ୍ୟ: ଫେସବୁକ

ହାଇଦ୍ରାବାଦ: ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହାଇଦ୍ରାବାଦର ଲକଡି କା ପୁଲସ୍ଥିତ ଗ୍ଲୋବାଲ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏବେ ସେ ଆଇସିୟୁରେ ଅଛନ୍ତି। ତାଙ୍କ ଅସୁସ୍ଥତାକୁ ନେଇ ଏଯାବତ ଅଧିକ ସୂଚନା ସାମ୍ନାକୁ ଆସିନାହିଁ। ପ୍ରକାଶ ଥାଉକି ସେ ଓଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି।

ସେ ନିଜ ଶାନଦାର ଅଭିନୟ ପାଇଁ ଜୟଦେବ ସମ୍ମାନ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାରରେ ପୁରସ୍କୃତ ହୋଇସାରିଛନ୍ତି ।

Last Updated : May 27, 2020, 11:41 AM IST

ABOUT THE AUTHOR

...view details