ଓଡିଶା

odisha

କୋରୋନା ଭୟ: ରଦ୍ଦ ହେବ କାନ୍ସ ଫିଲ୍ମ ଫେଷ୍ଟିଭାଲ

By

Published : Mar 12, 2020, 5:38 PM IST

ବିଶ୍ବରେ କୋରୋନା ଭୟ ପାଇଁ ଅନେକ ବଡ ବଡ ଇଭେଣ୍ଟକୁ ରଦ୍ଦ କରାଯାଉଛି। ଫିଲ୍ମ ମେକର୍ସ ନିଜ ଫିଲ୍ମ ରିଲିଜ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି। ଏବେ ରଦ୍ଦ ହେବାକୁ ଯାଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ।

cannes international film festival
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ପ୍ୟାରିସ: କୋରୋନା ଭାଇରସର ଧୀରେ ଧୀରେ କରି ଅନେକ ଦେଶରେ ବ୍ୟାପିବାରେ ଲାଗିଛି। ଚୀନରେ ଆରମ୍ଭ ହୋଇଥିବା ଏହି ଭାଇରାସର ଭୟ ପୁରା ବିଶ୍ବରେ ଦେଖିବାକୁ ମିଳିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ( ଡବ୍ଲ୍ୟୁଏଚଓ) ବୁଧବାର କୋରନା ଭାଇରସ(କୋଭିଡ-19)କୁ ମହାମାରୀ ଘୋଷିତ କରିଛି। କେବଳ ଜନସାଧାରଣ ନୁହେଁ ଫିଲ୍ମ ଜଗତରେ ମଧ୍ୟ ଏହାକୁ ନେଇ ଭୟଭୀତ। ଏହାକୁ ଦୃଷ୍ଟିରେ ରଖି ଅନେକ ଫିଲ୍ମ ମେକର୍ସ ନିଜର ଆଗାମୀ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି। ସେହିପରି ଅନେକ ଇଭେଣ୍ଟକୁ ମଧ୍ୟ ବର୍ତ୍ତମାନ ରଦ୍ଦ କରିଦିଆଯାଉଛି। ଇତିମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ମଧ୍ୟ ରଦ୍ଦ କରାଯାଇପାରେ।

କାନ୍ସ ଫିଲ୍ମ ଫେଷ୍ଟିଭାଲ ପ୍ରେସିଡେଣ୍ଟ ପିୟରେ ଲେସ୍କ୍ୟୋର ଏକ ସାକ୍ଷାତକାରରେ ଯୋଗ ଦେଇ ଏହାର ଘୋଷଣା କରିଛନ୍ତି। ସେ କଥାବାର୍ତ୍ତାରେ ସ୍ପଷ୍ଟ କରିଛନ୍ତି ଯେ ଯଦି ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କୋରୋନା ଭାଇରସ ଉପରେ କାବୁ ନ ହୋଇପାରୁଛି ତେବେ କାନ୍ସ ଫେଷ୍ଟିଭାଲ ରଦ୍ଦ କରିଦେବେ।

କାନ୍ସ ଫିଲ୍ମ ଫେଷ୍ଟିଭାଲ ମେ 12ରେ ଫ୍ରାନ୍ସରେ ହେବାର ଅଛି। ହେଲେ ଏହାର ତାରିଖ ପରିବର୍ତ୍ତନ କରି କେବେ ଏହା ଆୟୋଜନ ହେବ ତାନେଇ କୌଣସି ସୂଚନା ଏଯାବତ ସାମ୍ନାକୁ ଆସିନାହିଁ।

ପ୍ରକାଶ ଥାଉକି ଚୀନର ୱୁହାନରେ ଆରମ୍ଭ ହୋଇଥିବା କୋରୋନା ଭାଇରସ ଧିରେ ଧିରେ କରି ଅନେକ ଦେଶରେ ଦେଖିବାକୁ ମିଳିଲାଣି। ପାଖାପାଖି 117 ଦେଶରେ କୋରୋନା ଭାଇରସରେ 1.25 ଲକ୍ଷ ଅଧିକ ରୋଗୀ ସାମ୍ନାକୁ ଆସିସାରିଲେଣି। ସେହିପରି 31 ଦେଶରେ ଏହି ସଂକ୍ରମଣରେ 4633 ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏମିତି ପରିସ୍ଥିତିରେ ବଡ ଇଭେଣ୍ଟରେ କୋରୋନା ଭାଇରାସ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟି ରଖି ଏହାକୁ ରଦ୍ଦ କରାଯାଉଛି।

ABOUT THE AUTHOR

...view details