ଓଡିଶା

odisha

ଅକ୍ସିଜେନ ପ୍ଲାଣ୍ଟ ସହ ବୃକ୍ଷରୋପଣ କରନ୍ତୁ: କଙ୍ଗନା

By

Published : May 3, 2021, 8:40 PM IST

ଅମ୍ଲଜାନ ପ୍ଲାଣ୍ଟ ଗଢ଼ିବା ବଦଳରେ ବୃକ୍ଷରୋପଣ କରିବାକୁ ନିବେଦନ କରିଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ । ଏହି ଦିଗରେ ବର୍ତ୍ତମାନଠୁ ହିଁ ସଭିଏଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...

ଅକ୍ସିଜେନ ପ୍ଲାଣ୍ଟ ସହ ବୃକ୍ଷରୋପଣ କରନ୍ତୁ : କଙ୍ଗନା
ଅକ୍ସିଜେନ ପ୍ଲାଣ୍ଟ ସହ ବୃକ୍ଷରୋପଣ କରନ୍ତୁ : କଙ୍ଗନା

ମୁମ୍ବାଇ: ବର୍ତ୍ତମାନ ଦେଶରେ ମାରାତ୍ମକ କୋରୋନା ସଂକ୍ରମଣ ବଢ଼ି ଚାଲିଛି। ଅନୁରୂପ ଭାବରେ ଏହି ମହାମାରୀରେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଅମ୍ଲଜାନର ଚାହିଦା ବଢ଼ିଛି । ଏଥିପାଇଁ ଅମ୍ଲଜାନ ପ୍ଲାଣ୍ଟ ଗଢ଼ିବା ବଦଳରେ ବୃକ୍ଷରୋପଣ କରିବାକୁ ନିବେଦନ କରିଛନ୍ତି ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାୱତ । ଏହି ଦିଗରେ ବର୍ତ୍ତମାନଠୁ ହିଁ ସଭିଏଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଅକ୍ସିଜେନ ପ୍ଲାଣ୍ଟ ସହ ବୃକ୍ଷରୋପଣ କରନ୍ତୁ : କଙ୍ଗନା

କଙ୍ଗନା ଟ୍ବିଟ୍ କରି କହିଛନ୍ତି ଯେ, "ବର୍ତ୍ତମାନ ସଭିଏଁ ଅଧିକରୁ ଅଧିକ ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କରୁଛନ୍ତି । ଟନ୍ ଟନ୍ ଅକ୍ସିଜେନ ସିଲିଣ୍ଡର ଉତ୍ପାଦନ ହେଉଛି । କୁତ୍ରିମ ଉପାୟ ଉପରେ ଆମେ ପ୍ରକୃତି ନିକଟରୁ ଜୋରଜବରଦସ୍ତ ଅମ୍ଲଜାନ ବାହାର କରୁଛୁ । ଲାଗୁଛି ଏହି ବିପର୍ଯ୍ୟୟରୁ ଆମେ କିଛି ଶିଖିଲୁ ନାହିଁ । ଲୋକଙ୍କ ପାଇଁ ଅକ୍ସିଜେନ ପ୍ଲାଣ୍ଟ ସହ ବୃକ୍ଷରୋପଣ ଦିଗରେ ମଧ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ । ଯେଉଁମାନେ କୁତ୍ରିମ ଉପାୟରେ ଅମ୍ଲଜାନ ନେଇ ଜୀବନ ପାଇଛନ୍ତି, ସେମାନେ ବୃକ୍ଷରୋପଣ ଦିଗରେ କାର୍ଯ୍ୟ କରିବା ଉଚିତ୍ ।"

କଙ୍ଗନାଙ୍କ ମତରେ, ବର୍ତ୍ତମାନ ବୃକ୍ଷରୋପଣ କରି ସ୍ବାସ୍ଥ୍ୟକର ବାୟୁମଣ୍ଡଳ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆମେ ପ୍ରକୃତି ନିକଟରୁ କେବଳ ନେଇ ଚାଲିଛୁ, କିଛି ଦେଇନାହୁଁ । ବର୍ତ୍ତମାନ ପ୍ରକୃତିକୁ କିଛି ଦେବା ସମୟ ଆସିଛି । ପ୍ରକୃତିକୁ ଭଲ ପାଇବା ସମୟ ଆସିଛି । ବୃକ୍ଷରୋପଣ ଦ୍ବାରା ଆମେ ଜୀବଜଗତ ବଞ୍ଚାଇବା ଦିଗରେ କାର୍ଯ୍ୟ କରିପାରିବା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details