ଓଡିଶା

odisha

By

Published : May 25, 2020, 12:57 AM IST

ETV Bharat / sitara

ଛୋଟ ସଙ୍ଗୀତକାରଙ୍କ ପାଇଁ ବିଶାଲଙ୍କ ଅପିଲ

ଏକ ଭିଡିଓ ଜରିଆରେ ସମସ୍ତଙ୍କୁ ଛୋଟ ସଙ୍ଗୀତକାରଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ଲୋକପ୍ରିୟ ଗାୟକ ବିଶାଲ । ଭାଇରାଲ ହେଲା ଭିଡିଓ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ପାଇଁ ବର୍ତ୍ତମାନ ସମଗ୍ର ଦେଶରେ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଚାଲିଛି । ଏଭଳି ପରିସ୍ଥିତିରେ ଅଧିକ ପ୍ରଭାବିତ ପ୍ରବାସୀ ଶ୍ରମିକ, ଦିନ ମଜୁରିଆଙ୍କଠୁ ନେଇ ଛୋଟ କଳାକାର । ବର୍ତ୍ତମାନ ସେମାନଙ୍କ ରୋଜଗାର ମଧ୍ୟ ଠପ୍ ପଡିଛି । ସେପଟେ ସେଲିବ୍ରିଟି ନିଜ ନିଜ ସକ୍ଷମ ଅନୁଯାୟୀ ସହଯୋଗର ହାତ ବଢାଇବାରେ ଲାଗିଛନ୍ତି । ଅନେକ ସେଲିବ୍ରିଟି କୋଟି କୋଟି ଟଙ୍କା ଦାନ କରିସାରିଲେଣି ଦେଶବାସୀଙ୍କୁ ଏହି ଲଢେଇରେ ବିଜୟ କରିବା ପାଇଁ ।

ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଫେମସ ଗାୟକ ବିଶାଲ ଦଦଲାନି । ସେ ସେହି ଛୋଟ ସଙ୍ଗୀତଜ୍ଞଙ୍କୁ ସାହାଯ୍ୟ କରିବାକୁ ଅପିଲ କରିଛନ୍ତି ଯେଉଁମାନେ ଦିନିକିଆ ରୋଜଗାର ଉପରେ ନିର୍ଭର ଥିଲେ ।

ବିଶାଲଙ୍କ ଏହି ଭିଡିଓକୁ ଲୋକପ୍ରିୟ ଗାୟିକା ନେହା କକ୍କର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ବିଶାଲ କହୁଛନ୍ତି, ‘ସବୁ କଠିନ ପରିସ୍ଥିତିରେ ସଙ୍ଗୀତକାର ଆପଣଙ୍କୁ ମନୋରଞ୍ଜନ କରିବା ପାଇଁ ଆଗଭର ଥାଆନ୍ତି । ନିଜ ଗୀତ ମାଧ୍ୟମରେ ସେମାନେ ଆପଣଙ୍କୁ ପରିସ୍ଥିତି ଠିକ୍ ହେବାର ବାର୍ତ୍ତା ମଧ୍ୟ ଦିଅନ୍ତି। ବର୍ତ୍ତମାନ ଏମିତି ସମୟ ଆସିଛି ଯେଉଁଠାରେ ଛୋଟ ସଙ୍ଗୀତକାର ବହୁତ ଅସୁବିଧାରେ ଅଛନ୍ତି | କାରଣ କନ୍ସର୍ଟସ ବନ୍ଦ ଥିବାର ଏମାନେ ଆୟ କରିପାରୁନାହାନ୍ତି । ସମସ୍ତେ ସାମ୍ନାକୁ ଆସି ଏମାନଙ୍କୁ ସାହାଯ୍ୟ କରନ୍ତୁ।’

ABOUT THE AUTHOR

...view details